ଗୋଟିଏ ଦିନ ପର ଆସିବ ‘ଗୁମରାହ’ର ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ବହୁପ୍ରତିକ୍ଷିତ କ୍ରାଇମ ଥ୍ରୀଲର ମୁଭି ‘ଗୁମରାହ’କୁ ନେଇ ଏକ ଅଫିସିୟାଲ ଅପଡେଟ ସାମ୍ନାକୁ ଆସିଛି । ଫ୍ୟାନ୍ସ ଏହି ମୁଭିର ଏକ ଝଲକ ପାଇଁ ବହୁଦିନ ହେଲା ଅପେକ୍ଷା ରଖିଛନ୍ତି । ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଫିଲ୍ମର ନିର୍ମାତା ମଙ୍ଗଳବାର ଅର୍ଥାତ୍ ୨୮ ଫେବୃୟାରୀରେ ଫିଲ୍ମର ଟିଜର ରିଲିଜ୍ ଡେଟ ଘୋଷଣା କରିଛନ୍ତି ।
ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଗୁମରାହ’ରେ ପ୍ରଥମଥର ଲାଗି ମୃଣାଳ ଓ ଆଦିତ୍ୟ ରୟଙ୍କୁ ଏକାଠି ଦେଖିବାକୁ ମିଳିବ । ଏବେ ଏହାର ଟିଜର ରିଲିଜ ଡେଟ ଘୋଷଣା ହୋଇସାରିଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମୃଣାଳ ଠାକୁର ତାଙ୍କ ଇନଷ୍ଟାଗ୍ରାମରେ ମୁଭିର ପୋଷ୍ଟର ଶେୟାର କରି ଲେଖିଛନ୍ତି, ସହଜରେ କାହାକୁ ଭରସା କରନ୍ତୁ ନାହିଁ! ଗୁମରାହର ଟିଜର କାଲି ରିଲିଜ ହେବାକୁ ଯାଉଛି । ଆଉ ଫିଲ୍ମ ୭ ଏପ୍ରିଲ ୨୦୨୩ରେ ସିନେମା ହଲରେ ଦସ୍ତକ ଦେବ । ଏହାର ଅର୍ଥ ହେଉଛି ମାର୍ଚ୍ଚ ୧ରେ ଫିଲ୍ମର ଟିଜର ରିଲିଜ ହେବ ।
ସୂଚନାଯୋଗ୍ୟ, ମୃଣାଳ ଠାକୁର ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ସବୁଠାରୁ ପସନ୍ଦିତା ନାୟିକାଙ୍କ ମଧ୍ୟରୁ ଜଣେ ।

Share