Advertisement

ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତି’ର ଟିଜର୍‌ ରିଲିଜ୍‌

ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ଫିଲ୍ମ ‘ଗଣପତି’ ମାଧ୍ୟମରେ ଖୁବ ଶୀଘ୍ର ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇଛି। ଏହି ଟିଜର୍‌ରେ ଟାଇଗରଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଟିଜର ଭାଇରାଲ ହେବାରେ ଲାଗିଛି। ଟାଇଗରଙ୍କ ଆକ୍ସନକୁ ଦର୍ଶକ ପସନ୍ଦ କରିଛନ୍ତି। ଟିଜର ଦେଖି ପ୍ରଶଂସକମାନେ କେବଳ ଫିଲ୍ମ ନୁହେଁ, ଅଭିନେତାଙ୍କ ଶରୀରକୁ ମଧ୍ୟ ପ୍ରଶଂସା କରୁଛନ୍ତି।
ଟାଇଗରଙ୍କ ଏହି ଫିଲ୍ମ ଏକ ଆକ୍ସନ-ଥ୍ରୀଲର୍‌। ଏଥିରେ ତାଙ୍କୁ କ୍ରିତି ସାନନଙ୍କ ସହ ଦେଖିବାକୁ ମିଳିବ। ଉଭୟଙ୍କ ଯୋଡିକୁ ଫିଲ୍ମ ‘ହିରୋପନ୍ତୀ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା। ଫିଲ୍ମଟି ୨୦ ଅକ୍ଟୋବର ୨୦୨୩ରେ ମୁକ୍ତିଲାଭ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share