ଅଗଷ୍ଟ ଯାଏଁ ଟେକ୍‌ କମ୍ପାନୀରେ ୨.୨୬ଲକ୍ଷ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୬।୮: କରୋନା ପରେ ଚଳିତ ବର୍ଷ ବୈଷୟିକ ଶିଳ୍ପରେ ଅଧିକ ଛଟେଇ ହୋଇଛି। ୨୦୨୩ମସିହାରେ ଏପର୍ଯ୍ୟନ୍ତ ଟେକ୍‌ କମ୍ପାନୀଗୁଡିକରେ ୨,୨୬,୦୦୦କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଅଲ୍ଟଇଣ୍ଡେକ୍ସ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ଛଟେଇ ହୋଇଥିବା ୨,୦୨,୦୦୦ଲୋକଙ୍କ ତୁଳନାରେ ଚଳି ବର୍ଷର ଛଟେଇ ୪୦ଶତକଡା ଅଧିକ। ଛଟେଇ ଦ୍ୱାରା ଏବେ ଅନେକ କାର୍ଯ୍ୟକ୍ଷେତ୍ର ବନ୍ଦ ହୋଇଯାଉଛି।

୨୦୨୨ ମସିହାରେ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଆଇଟି ଇଣ୍ଡଷ୍ଟ୍ରିରେ ଛଟେଇରେ ବିସ୍ମୟକର ବୃଦ୍ଧି ଘଟିଥିଲା, ଯେଉଁଥିରେ ୧୬୪,୭୪୪ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ୨୦୨୧ରେ ୧୫ହଜାର କର୍ମଚାରୀ ଛଟେଇ ହୋଇଥିଲେ।

Share