Categories: ବାଣିଜ୍ୟ

ସିଏସ୍‌ଏମ୍‌କୁ ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୯।୮: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନୀ ସିଏସ୍‌ଏମ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଏବଂ ଆସୋଚାମ୍‌ ପକ୍ଷରୁ କୋଲକାତାଠାରେ ଆୟୋଜିତ ୮ମ ‘ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ’ କାର୍ଯ୍ୟକ୍ରମରେ ସିଏସ୍‌ଏମ୍‌କୁ ଉପରୋକ୍ତ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରୋଜେକ୍ଟ ମ୍ୟାନେଜର ସୁମନସୁଧା ପଣ୍ଡା ଏବଂ ବିଜ୍‌ନେସ୍‌ ସିଷ୍ଟମ ମ୍ୟାନେଜର ଉପାସନା ମହାପାତ୍ର ଯୋଗଦେଇ ପଶ୍ଚିମବଙ୍ଗ ସରକାରଙ୍କ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗ ପ୍ରମୁଖ ସଚିବ ରାଜୀବ କୁମାରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆସୋଚାମ୍‌ ଦ୍ବାରା କୋଲକାତାଠାରେ ଆୟୋଜିତ ୮ମ ସଂସ୍କରଣ ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ ସିଏସ୍‌ଏମ୍‌ ଟେକ୍ନୋଲୋଜି ‘ଟେକ୍‌ ଇନୋଭେସନ୍‌ ଫର୍‌ ବିଜ୍‌ନେସ୍‌’ବର୍ଗରେ ସମ୍ମାନିତ କରାଯାଇଛି।
ଏ ସମ୍ପର୍କରେ ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ଆସୋଚାମ୍‌ଠାରୁ ଏହି ସମ୍ମାନଜନକ ସ୍ବୀକୃତି ପାଇଥିବାରୁ ଆମେ ବେଶ୍‌ ଆନନ୍ଦିତ। ସିଏସ୍‌ଏମ୍‌ ଟେକ୍ନୋଲୋଜିର ଡିଜିଟାଲ ସୃଜନଶୀଳତା ମାଇନିଂ ଇକୋସିଷ୍ଟମକୁ ବଦଳାଇବା,ଲିକେଜ୍‌ ଦୂରକରିବା ତଥା ମୋଟାମୋଟି ଦକ୍ଷତା ବଢ଼ାଇବାରେ ବେଶ୍‌ ସହାୟକ ହୋଇଛି। ଏପରିକି ଧୀରେ ଧୀରେ ଆମର ସୃଜନଶୀଳତା ମାଇନିଂ ସଂସ୍କାର ଓ ପ୍ରଶାସନ କ୍ଷେତ୍ରରେ ଏକ ଲାଇଟହାଉସ୍‌ ସଲ୍ୟୁସନରେ ପରିଣତ ହୋଇଛି।

Share