ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌, ଖୋଲୁନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୧୧।୪: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର) ଡାଉନ୍‌ ହୋଇଛି। ଗୁରୁବାର ସକାଳ ୧୦.୪୧ରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଫଳରେ ବ୍ୟବହାରକାରୀ ଟୁଇଟ୍‌ ପୋଷ୍ଟ କରିବା ଏବଂ ପେଜ୍‌ ଖୋଲିବାରେ ଅସମର୍ଥ ହୋଇଥିଲେ। ଏବେ ଡାଉନ୍‌ ଡିଟେକ୍ଟର ମଧ୍ୟ ଏନେଇ ସୂଚନା ଦେଇଛନ୍ତି।
ଡାଉନ୍‌ ଡିଟେକ୍ଟର ମୁତାବକ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଏହି ଆଉଟରେଜ୍‌ ଗୁରୁବାର ସକାଳ ୧୦.୪୪ରୁ ୧୧.୫୫ ଯାଏ ରହିଥିଲା। ବ୍ୟବହାରକାରୀମାନେ ‘ଏକ୍ସ’ ଆକାଉଣ୍ଟକୁ ବ୍ୟବହାର କରିପାରି ନ ଥିଲେ। ଆଉଟରେଜ୍‌ ପରେ ଅନେକେ ଟୁଇଟ୍‌ କରି ଏନେଇ ଜଣାଇଥିଲେ।
ଏହାପୂର୍ବରୁ ଡିସେମ୍ବର ୨୦୨୩ରେ ଏକ୍ସର ସେବା ଠପ୍‌ ହୋଇଥିଲା। ଚଳିତ ମାସ ଆରମ୍ଭରେ ମଧ୍ୟ ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ପ୍ରାୟ ୧ ଘଣ୍ଟା ଯାଏ ଆଉଟରେଜ୍‌ର ଶିକାର ହୋଇଥିଲା।
Share