ନୂଆଦିଲ୍ଲୀ,୧୯।୮: ଭାରତରେ ମୁଖ୍ୟତଃ ତିନୋଟି ଟେଲିକମ ଅପରେଟର ଅଛନ୍ତି, ଯେଉଁଥିରେ ଏୟାରଟେଲ ମଧ୍ୟ ଅନ୍ତର୍ଭୁକ୍ତ। ସମସ୍ତ ତିନୋଟି ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ଏବଂ ପୋଷ୍ଟପେଡ ଯୋଜନାଗୁଡିକର ମୂଲ୍ୟ ପରିବର୍ତ୍ତନ କରିଛନ୍ତି । ଏୟାରଟେଲ ମଧ୍ୟ ଏହାର ଏଣ୍ଟ୍ରି-ଲେବଲ ଯୋଜନାକୁ ୭୦ ପଇସା ବୃଦ୍ଧି କରିଥିଲା। ଯେଉଁଥିପାଇଁ ଲୋକମାନେ ପ୍ରଭାବିତ ହୋଇଥିଲେ।
କିନ୍ତୁ ବର୍ତ୍ତମାନ ଗ୍ରାହକଙ୍କୁ ଉନ୍ନତ ଅଭିଜ୍ଞତା ପ୍ରଦାନ କରିବାକୁ ଏୟାରଟେଲ ତିନୋଟି ନୂତନ ଡାଟା ବୁଷ୍ଟର୍ ପ୍ୟାକ ଯୋଜନା ପ୍ରବର୍ତ୍ତନ କରିଛି। ଏହି ଯୋଜନାର ମୂଲ୍ୟ ୫୧, ୧୦୧ ଟଙ୍କା ଏବଂ ୧୫୧ ଟଙ୍କା। ଏହି ଯୋଜନାଗୁଡିକ ଉପରେ ଅସୀମିତ 5G ଡାଟା ରହିଛି।
କମ୍ପାନୀ ଦୈନିକ ୧ ଜିବା ଡାଟା ଓ ୧.୫ ଜିବି ଡାଟା ଧାରୀ ୟୁଜର୍ସଙ୍କ ପାଇଁ ବୁଷ୍ଟର ପ୍ଲାନ୍ସ ଲଞ୍ଚ କରିଛି । ଏହା ସହାୟତାରେ ୟୁଜର୍ସ ଅସୀମିତି ୫ଜି ସେବାକୁ ଅପଗ୍ରେଡ କରିପାରିବେ । କମ୍ପାନୀର ନୂଆ ପ୍ଲାନ୍ସ ୫୧ ଟଙ୍କା, ୧୦୧ ଟଙ୍କା ଓ ୧୫୧ ଟଙ୍କା ଦାମରେ ଆସୁଛି । ଏହି ପ୍ଲାନ୍ସକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ ଆକ୍ଟିଭ ପ୍ଲାନ ରହିଥିବା ଆବଶ୍ୟକ । ୫୧ ଟଙ୍କିଆ ପ୍ଲାନରେ ୩ ଜିବି, ୧୦୧ ଟଙ୍କିଆ ପ୍ଲାନରେ ୬ ଜିବି ଓ ୧୫୧ ଟଙ୍କିଆ ପ୍ଲାନରେ ୯ ଜିବି ଡାଟା ମିଳୁଛି ।