Categories: ଜାତୀୟ

ପ୍ରେମିକାଙ୍କ ପାଇଁ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କଲେ ପୂର୍ବତନ ବିଧାୟକଙ୍କ ପୁଅ

ଇଟ୍ଟାନଗର,୨୬।୧୧: ଅରୁଣାଚଳ ପ୍ରଦେଶରେ ପୂର୍ବତନ ବିଧାୟକଙ୍କ ବୋହୂ ତେଚି ମୀନା ଲିଶି ହତ୍ୟା ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ଏହାପୂର୍ବରୁ ୭ ମାସର ଗର୍ଭବତୀ ମୀନା ଲିଶିଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ସ୍ବାମୀ ରୋନି ଲିଶିଙ୍କ ସହ ଚାରି ଜଣଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛନ୍ତି ରୋନି। ସେ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ୧୦ ଲକ୍ଷ ଟଙ୍କା ଚୁକ୍ତି କରିଥିଲେ। ହତ୍ୟାକାଣ୍ଡକୁ ଦୁର୍ଘଟଣା ରୁପ ଦେବା ପାଇଁ ଇନୋଭା କାରର ଦୁର୍ଘଟଣା ମଧ୍ୟ କରାଯାଇଥିଲା। ଏହି ହତ୍ୟାକାଣ୍ଡର ଖୁଲାସା ପରେ ପୂର୍ବତନ ବିଧାୟକଙ୍କ ପୁଅ ରୋନି ଲିଶିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିଭିନ୍ନ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହମବତୀ ପଦଯାତ୍ରା କରାଯିବା ସହିତ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଉଠିଛି। ଲୋକଙ୍କ ଚାପକୁ ଦେଖି ପୋଲିସ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ସୂଚନାଯୋଗ୍ୟ, ପ୍ରେମିକାଙ୍କ ପାଇଁ ଗର୍ଭବତୀ ସ୍ତ୍ରୀଙ୍କ ହତ୍ୟା ପାଇଁ ୧୦ ଲକ୍ଷ ଟଙ୍କା ରୋନି ସୁପାରି ଦେଇଥିଲେ।

Share