Posted inଜାତୀୟ

ମାତୃଭାଷାରେ ହେବ ଟେକ୍ନୋଲୋଜି-ମେଡିକାଲ ପାଠପଢା: ଶାହା

ଭୋପାଳ,୧୬ ।୧୦: ମଧ୍ୟ ପ୍ରଦେଶରେ ଏବେ ହିନ୍ଦି ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟ ପ୍ରଦେଶ ସହ ସାରା ଦେଶରେ ହିନ୍ଦୀ ମିଡିୟମକୁ ନେଇ ଆଲୋଚନା ହେଉଛି । ଏହି ଅବସରରେ ମଧ୍ୟ ପ୍ରଦେଶ ସରକାରଙ୍କୁ ଶାହା ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶାହା ମେଡିକାଲ ଛାତମାନଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଆଜିର ଦିନ ଶିକ୍ଷା କ୍ଷେତ୍ରରେ ନୂଆ ନିର୍ମାଣର ଦିନ ।

ଶାହା କହିଛନ୍ତି ବିଦ୍ୟାର୍ଥୀମାନେ ଯେତେବେଳେ ମାତୃଭାଷାରେ ପାଠପଢିବେ ସେତେବେଳେ ସେମାନେ ଠିକ୍ ସେବା କରିପାରିବେ । ଏହାସହ ଲୋକଙ୍କ ସମସ୍ୟା ବି ବୁଝିପାରିବେ । ୧୦ ରାଜ୍ୟରେ ଇଞ୍ଜିନିୟରିଂର ପାଠପଢା ସେମାନଙ୍କ ମାତୃଭାଷାରେ ଆରମ୍ଭ ହେବାକୁ ଯାଉଛି । ଏହା ଉପରେ ଏବେ କାମ ଚାଲିଛି । ମୁଁ ସାରା ଦେଶର ଯୁବକଙ୍କୁ ଆହ୍ୱାନ ଦେଉଛି କି ଏବେ ଭାଷା କୌଣସି ବାଧ୍ୟତା ସୃଷ୍ଟି କରିବ ନାହିଁ, ଏହାଠାରୁ ଆପଣ ବାହାରି ଆସନ୍ତୁ । ଆଗାମୀ ଦିନରେ ଏଭଳି କାର୍ଯ୍ୟ ଆହୁରି ଆଗକୁ ବଢିବ । ପାଠପଢିବା, ଲେଖିବା ଓ ଗବେଷଣା କରିବା ସବୁକିଛି ମାତୃଭାଷାରେ ହେବ । ଏହାଦ୍ୱାରା ଦେଶର ଅଗ୍ରଗତି ହେବ । ମୋଦିଜୀ ବ୍ରେନ ଡ୍ରେନ ଥିଓରିକୁ ବଦଳାଇ ଦେଇଛନ୍ତି । ଖୁସି ଲାଗୁଛି ଯେ ଆଜି ଶିବରାଜ ସିଂ ଚୌହାନ ଭାଷାର କଥାକୁ ବହତ ଭଲ ଭାବେ ସମ୍ଭାଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ମୋଦି, ଏକ୍ସରେ ଲେଖିଲେ…

ନୂଆଦିଲ୍ଲୀ, ୬।୧୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ...

ବଦଳିଗଲେଣି ରାହୁଲ ଗାନ୍ଧୀ: ଏବେ କରୁଛନ୍ତି ଏହି କାମ

ରାଏବରେଲି,୬।୧୧: ଉତ୍ତର ପ୍ରଦେଶର ରାଏବରେଲିରୁ ଲୋକ ସଭା ଏମ୍‌ପି ଭାବରେ ନିର୍ବାଚିତ ହେବା ପରେ ରାହୁଲ ଗାନ୍ଧୀ ବଦଳିଥିବା ଜଣାପଡିଛି। ଆମେଠି ଏମ୍‌ପି ଥିବାବେଳେ ରାହୁଲ...

ସୁରକ୍ଷାକର୍ମୀଙ୍କ ସହ ମୁହାଁ ମୁହିଁ ବେଳେ ଜଣେ ଆତଙ୍କବାଦୀ ମୃତ

କୁପଓ୍ବାରା,୬।୧୧: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ...

ଭାଜପାର ବଡ଼ ଆକ୍ସନ, ୪୦ ନେତା ବହିଷ୍କୃତ

ମୁମ୍ବାଇ,୬।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ ଦେବା ପୂର୍ବରୁ ମଧ୍ୟ ଭାଜପା ଦଳର ୪୦ ନେତା ଓ କର୍ମୀଙ୍କୁ ବହିଷ୍କାର...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ...

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ...

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri