ଭିଜିଲାନ୍ସ ଜାଲରେ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ

କେନ୍ଦୁଝର,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏକକାଳୀନ ୪ଟି ସ୍ଥାନରେ ସକାଳୁ ସକାଳୁ ଚଢାଉ ଜାରି ରହିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ଶ୍ରୀ ବିହାରସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ସାନ ଭାଇଙ୍କ ଘର ଓ ଯୋଡ଼ା ଅଫିସରେ ଚଢ଼ାଉ ଚଢ଼ାଉ କରିଛନ୍ତି। ଭିଜିଲାନ୍ସ ଇନ୍ସପେକ୍ଟର ଦଇତାରୀ ଘଡ଼େଇ ଏ ନେଇ ସୂଚନା ଦେଇଛନ୍ତି।

Share