ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି ତ୍ରୁଟିର ୯୦ ହଜାର ଅଭିଯୋଗ ମିଳିଛି । ଜୁନ୍ ୨୦୨୧ରୁ ଫିଲିପ୍ସ ୫୫ ଲକ୍ଷ ଉପକରଣ ଫେରାଇ ନେବାକୁ କହିଛି । ଯାଞ୍ଚରୁ ଜଣାପଡିଛି କି ଉପକରଣ ଗୁଡିକୁ ସାଉଣ୍ଡ ପ୍ରୁଫ କରିବାକୁ ପ୍ରୟୋଗ କରାଯାଇଥିବା ଫୋମ ତରଳିବା ଓ କ୍ଷୟ ହେବା କାରଣରୁ ଏହା ରୋଗୀଙ୍କ ଶରୀରରେ ନିଶ୍ୱାସ ପ୍ରଶ୍ୱାସରେ ପହଞ୍ଚୁଛି । ଏହି କାରଣରୁ କେବଳ ସ୍ୱାସ୍ଥ୍ୟ ବିଗିଡିନାହିଁ ବରଂ ୨୬୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

Share