ମାନୁଏଲ୍ ମୁନିଜ୍
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସପକ୍ଷବାଦୀମାନେ ୬ ଜାନୁୟାରୀ ୨୦୨୦ରେ କ୍ୟାପିଟୋଲ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରିବାରେ ସେହିଦିନର ଘଟଣା ଉଦ୍ଦିଷ୍ଟ ଥିଲା। ଏହି ଆକ୍ରମଣର ପ୍ରଥମ ବର୍ଷପୂର୍ତ୍ତି ସ୍ମରଣୋତ୍ସବ ଚଳିତ ବର୍ଷ ଜାନୁୟାରୀ ୬ରେ ପାଳନ କରାଯାଇଛି। ଏହି ସ୍ମରଣୋତ୍ସବରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଲେ ଯେ, ଆମେରିକାର ଆମତ୍ା ବା ଅସ୍ମିତା ରକ୍ଷା ପାଇଁ ଏକ ଲଢ଼େଇ ଲଢ଼ାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ପଷ୍ଟ ହେଉଛି, ଏହା ମଧ୍ୟ ସତ ଯେ, ଆମେରିକାର ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥା ଏବେ ସଙ୍କଟରେ। ଅପରପଟେ ଚାଇନା ଆଗକୁ ବଢୁଛି ଏବଂ ନିଜକୁ ଦୃଢ କରୁଛି । ପାଶ୍ଚାତ୍ୟ ଏବଂ ମୁଖ୍ୟ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକରେ ତା’ରାଜନୈତିକ ଓ ନୀତିଗତ ଦୃଷ୍ଟିକୋଣକୁ ବ୍ୟାପକ ହୋଇଛି। ପୁନର୍ବାର ୟୁରୋପର ଅନେକ ଭାଗରେ ଉଗ୍ର ଜାତୀୟତାବାଦ ପ୍ରକାଶପାଇଛି। ସାରା ବିଶ୍ୱରେ ଉଦାରବାଦ ଏବଂ ଗଣତନ୍ତ୍ର ବିରୋଧୀ ମାନସିକତା ବୃଦ୍ଧିକୁ ଏହି ସବୁ ଲକ୍ଷଣ ସୂଚିତ କରୁଛି। ଏହି ପୃଷ୍ଠଭୂମିରେ ଆମେରିକା ଗଣତନ୍ତ୍ର ସୁରକ୍ଷା ପାଇଁ ଏକ ସମ୍ମିଳନୀ ଆୟୋଜନ କରିଥିତ୍ଲା, ଯେଉଁଥିତ୍ରେ ବିଭିନ୍ନ ଦେଶର ଶହ ଶହ ନେତା ଓ ସିଭିଲ୍ ସୋସାଇଟିି ନେତୃବର୍ଗ ଯୋଗଦେଇଥିଲେ। ଗଣତାନ୍ତ୍ରିକ ଦେଶଗୁଡ଼ିକ ଦୃଢ ଓ ସକ୍ରିୟ ରୂପେ ନିଜ ଅଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ଏହି ସମାବେଶର ସ୍ପଷ୍ଟ ବାର୍ତ୍ତା ଥିଲା। ଆମ ରାଜନୈତିକ ବ୍ୟବସ୍ଥା ପାଇଁ ଡିଜିଟାଲ କ୍ରାନ୍ତି ଓ ତାହାର ଅତ୍ୟନ୍ତ କ୍ଷତିକାରକ ଉପଯୋଗ ଉପରେ ଅନୁଧ୍ୟାନ କରିବା ଲାଗି ଉକ୍ତ ସମ୍ମିଳନୀ ଅନେକ ବୈଠକ ମଧ୍ୟ ଆୟୋଜନ କରିଥିଲା।
ଗଣତନ୍ତ୍ର ପାଇଁ ବିକାଶଶୀଳ ଟେକ୍ନୋଲୋଜି ବା ପ୍ରଯୁକ୍ତିଗୁଡ଼ିକ ଅତିକମ୍ରେ ତିନୋଟି ବିପଦ ସୃଷ୍ଟି କରିଛି। ପ୍ରଥମଟି ହେଉଛିି ସାର୍ବଜନୀନ ବିତର୍କର ଆୟୋଜନ। ଏହାକୁ ଯେଭଳି କରାଯାଉଛି ତାହା ଚିନ୍ତାଜନକ। ୟୁଜର୍ଙ୍କୁ ସବୁବେଳେ ସମାନ ବିଚାରାଧାରାର ଛୋଟ ଛୋଟ ଗୋଷ୍ଠୀଗୁଡ଼ିକରେ ବିଭକ୍ତ କରି ସୋସିଆଲ ନେଟଓ୍ବର୍କଗୁଡ଼ିକ ସାର୍ବଜନୀନ ବିତର୍କରେ ଶତ୍ରୁତାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛନ୍ତି। ଏହାର ତଥ୍ୟକୁ ଏଭଳି ଜଟିଳ ରୂପେ ପ୍ରସ୍ତୁତ କରାଯାଉଛି ଯେ, ସେଥିରେ ସାମାଜିକ ସହମତି ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ସବୁଠୁ ଉଦ୍ବେଗଜନକ ହେଉଛି, ସୋସିଆଲ ନେଟ୍ଓ୍ବର୍କଗୁଡ଼ିକ ପ୍ରସାର କରୁଥିବା ବିଷୟପାଇଁ ଉତ୍ତରଦାୟୀ ରହୁନାହାନ୍ତି। ଏଥିରୁ ବୁଝାପଡ଼ୁଛି, ସେମାନେ ସେମାନଙ୍କ ପ୍ଲାଟ୍ଫର୍ମଗୁଡ଼ିକରେ ଭୁଲ୍ ତଥ୍ୟ ପ୍ରସାର କରିପାରିବେ। ତେବେ ନୂଆ ଡିଜିଟାଲ ପ୍ଲାଟ୍ଫର୍ମଗୁଡ଼ିକର ବିଜ୍ଞାପନ ନିର୍ଭରଶୀଳ ବିଜ୍ନେସ ମଡେଲ ପାରମ୍ପରିକ ନୂଆ ସଂସ୍ଥାଗୁଡ଼ିକ ସହ ପ୍ରତିଯୋଗିତା କରୁଛନ୍ତି। ଫଳରେ, ପୂର୍ବରୁ ହେଉଥିବା ଉଚ୍ଚଗୁଣବତ୍ତା ସାମ୍ବାଦିକତା ଏବଂ ସାର୍ବଜନୀନ ବିତର୍କକୁ ସେମାନେ ଦୁର୍ବଳ କରିଦେଇଛନ୍ତି। ସେମାନଙ୍କ ମୁକ୍ତ ଡିଜିଟାଲ ଧାରାରେ ବାହାରର ହସ୍ତକ୍ଷେପ ଏବଂ ନିର୍ବାଚନ ଓ ଅନ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚାହଁୁଥିତ୍ବା କୁଟିଳ ଉପସ୍ଥାପକଙ୍କ ଦ୍ୱାରା ଏହାର ଦୁରୁପଯୋଗ ସେମାନଙ୍କୁ ଅତ୍ୟଧିକ ସମ୍ବେଦନଶୀଳ କରିଛି।
ଦ୍ୱିତୀୟରେ ନୂଆ ଟେକ୍ନୋଲୋଜି ଗୋପନୀୟତା ଉପରେ ବିପଦ ସୃଷ୍ଟି କରିଛି। ଅତ୍ୟାଧୁନିକ ମନିଟରିଂ ଏବଂ ସର୍ଭିଲାନ୍ସ ଟେକ୍ନୋଲୋଜି କାରଣରୁ ସରକାରୀ ଏବଂ ଘରୋଇ ଆକ୍ଟରମାନେ ସମାନ ଭାବେ ନାଗରିକ ଓ ଉପଭୋକ୍ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ। ଆଗକୁ ବୃହତ୍ ଡାଟାର ପରିଚାଳନା ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ କେନ୍ଦ୍ରୀକୃତ କରିବା, ସାମୂହିକ ଓ ବ୍ୟକ୍ତିଗତ କାର୍ଯ୍ୟକଳାପଗୁଡ଼ିକ ଉପରେ ଅନ୍ତର୍ଦୃଷ୍ଟି କାର୍ଯ୍ୟ ଅଧିକ ହେବ। ଗୋପନୀୟତାର ଉଲ୍ଲଂଘନ ଦୁଇଟି ଭିନ୍ନ ସ୍ଥିତିକୁ ବାଟ କଢାଇ ନେବ , ଯେଉଁଥିରେ ବ୍ୟକ୍ତଗତ ସ୍ବାଧୀନତାରେ ଘୋର ବାଧା ସୃଷ୍ଟି ହେବ। ପ୍ରଥମଟି ହେଉଛି ସର୍ଭିଲାନ୍ସ ପୁଞ୍ଜିବାଦ, ଯେଉଁଥିରେ କପୋରେଶନଗୁଡ଼ିକ ଉପଭୋକ୍ତାଙ୍କୁ ନିମ୍ନସ୍ତରରେ ବେଆଇନ ଓ ଭୁଲ୍ ବାଟରେ ନିୟନ୍ତ୍ରଣ କରିବାକୁ ସେମାନଙ୍କ ତଥ୍ୟ ବା ସୂଚନା ପ୍ରୟୋଗ କରିବେ। ଦ୍ୱିତୀୟ କଥାଟି ହେଉଛି ସର୍ଭିଲାନ୍ସ ସ୍ଥିତି। ନାଗରିକଙ୍କ ଅତ୍ୟଧିତ୍କ ଗୁପ୍ତ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବାକୁ ସରକାରୀ ଅଧିକାରୀମାନେ ନାଗରିକମାନଙ୍କ ତଥ୍ୟକୁ ବ୍ୟବହାର କରିବେ।
ତୃତୀୟ ବିପଦ ରାଜନୈତିକ ଏଜେନ୍ସି ସହ ଜଡ଼ିତ। ବିଶେଷକରି ଗଣତନ୍ତ୍ର ହେଉଛି ଏକ ବୃହତ୍ ତଥ୍ୟ ବ୍ୟବସ୍ଥା। ନାଗରିକମାନଙ୍କର ବାକ୍ ସ୍ବାଧୀନତା, ସମାବେଶହେବାର ସ୍ବାଧୀନତା ଏବଂ ବିଶ୍ୱସ୍ତରୀୟ ମତାଧିକାର ସେମାନଙ୍କୁ ରାଜନୈତିକ ଯୋଜନା ଉପରେ ସେମାନଙ୍କ ମତାମତ ଦେବାକୁ ସକ୍ଷମ କରିଛି। କିନ୍ତୁ ଏବେ ସର୍ଭିଲାନ୍ସ ଏବଂ ଡାଟା ମାଇନିଂ ଟେକ୍ନୋଲୋଜିଗୁଡ଼ିକ ରାଜନୈତିକ ବ୍ୟବସ୍ଥା ପାଇଁ ଏକ ବିକଳ୍ପ ସ୍ଥିତି ଉପୁଜାଇଛି ଯେଉଁଥିରେ ନାଗରିକମାନେ ଯାହା ଚାହଁିବେ ତାହା ସ୍ବାଧୀନଭାବେ କହିବାର ଆଉ ଆବଶ୍ୟକ ପଡ଼ିବ ନାହିଁ। ଅତ୍ୟାଧୁନିକ ନ୍ୟୁରୋ ଏବଂ ବ୍ୟବହାରିକ ବିଜ୍ଞାନ ଜଣେ ବ୍ୟକ୍ତି କିଭଳି ବ୍ୟବହାର କରେ ତାହାକୁ ଆକାର ଦେବାରେ ସକ୍ଷମ ଓ ଏହାକୁ ଏବେ ବ୍ୟବହାର କରାଯାଉଛି। ଏଣୁ ରାଜନୈତିକ ବ୍ୟବସ୍ଥା କେତେ ଦମନକାରୀ ଏଥିରୁ ସହଜରେ ଅନୁମେୟ। ଯଦିଓ ଏହିସବୁ ବିପଦ ପ୍ରକାଶ ପାଇଛି, ତାହା ଆମ ଜୀବନର ନୂଆ ବାସ୍ତବତା ହେବା ଆବଶ୍ୟକ ନୁହେଁ। ଅନ୍ୟ ଟେକ୍ନୋଲୋଜିଗୁଡ଼ିକ ଉପରେ କଟକଣା ଲଗାଯାଉଥିବାବେଳେ ନିର୍ଦ୍ଦିଷ୍ଟ ଟେକ୍ନୋଲୋଜି ବିକାଶକୁ ଗ୍ରହଣ କରିବା ବି ସମ୍ପୂର୍ଣ୍ଣ ଗଣତନ୍ତ୍ର ପରିସରଭୁକ୍ତ। ଗଣତନ୍ତ୍ର ପାଇଁ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଥିବା ନେତୃବର୍ଗ ଅଧିକ ଗଣତାନ୍ତ୍ରିକ ସିଦ୍ଧାନ୍ତ ଓ ମୂଲ୍ୟବୋଧ ଥିବା ଟେକ୍ନୋଲୋଜି ଠାବ କରି ତା’ର ବିକାଶକ୍ୁ ସମର୍ଥନ କରିବା ଲାଗି ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ସହମତ ହୋଇଛନ୍ତି।
ହ୍ବାଇଟ୍ ହାଉସ୍ ଏବଂ ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍, ଆଇଇ ୟୁନିଭର୍ସିଟି ଏବଂ ସମ୍ମିଳନୀର ଅନ୍ୟ ଅଂଶୀଦାରମାନଙ୍କର ମିଳିତ ସହଯୋଗରେ ଗଣତନ୍ତ୍ରକୁ ସମର୍ଥନ ବା ପ୍ରୋତ୍ସାହିତ କରୁଥିବା ନୂଆ ଟେକ୍ନୋଲୋଜିକୁ ଆର୍ଥିିକ ସହଯୋଗ କରିବା ସହ ଏହା ଉପରେ କାମ କରୁଥିତ୍ବା ଏଣ୍ଟରପ୍ରନ୍ୟୁୟରମାନଙ୍କୁ ସନ୍ଧାନ କରିବାକୁ ପ୍ରତିଯୋଗିତା ବଢ଼ାଇବ। ଏହି ଯୋଜନା ମୁଖ୍ୟତଃ ୫ଟି କ୍ଷେତ୍ର- ଭୁଲ୍ ତଥ୍ୟ ବିରୋଧରେ ସ୍ଥିତି ଜାହିର କରୁଥିବା ଏବଂ ସାର୍ବଜନୀନ ବିତର୍କକୁ ମଜଭୁତ କରିବାକୁ ଯାଞ୍ଚ କରିପାରୁଥିବା ଟେକ୍ନୋଲୋଜିର ଡିଜାଇନ;ଗୋପନୀୟତା ରଖିପାରୁଥିବା ଡାଟା ଆନାଲିଟିକ୍ ଟୁଲ୍ସ; ଡିଜିଟାଲ ପରିଚୟ ବ୍ୟବସ୍ଥା ଏବଂ ବ୍ୟକ୍ତିଗତ ଓ ସରକାରୀ ତଥ୍ୟର ପରିଚାଳନା ଲାଗି ଭରସାଯୋଗ୍ୟ ଢାଞ୍ଚା; ପବ୍ଲିକ ସର୍ଭିସ ଉନ୍ନତ କରିିବାକୁ ସ୍ବଚ୍ଛ ଟେକ୍ନୋଲୋଜି ଏବଂ ନିଷ୍ପକ୍ଷ କୃତ୍ରିମ ବୁଦ୍ଧିମତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେବ। ଏହି ବହୁ ଭାଗୀଦାରି ସହଯୋଗ ଗଣତାନ୍ତ୍ରିକ ସମାଜଗୁଡ଼ିକର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏହା ମଧ୍ୟ ଏକାଠି କାର୍ଯ୍ୟ କରିବା ଏବଂ ନୂତନତ୍ୱ ଆଣିବାକୁ ଏକ ନିଆରା ପ୍ରୟାସ। ଆମ ସାର୍ବଜନୀନ ବିତର୍କ ସତ୍ତ୍ୱେ ଗଣତାନ୍ତ୍ରିକ ଦେଶଗୁଡ଼ିକ ଟେକ୍ନୋଲୋଜିି ସମ୍ମୁଖରେ ଅସହାୟ ନୁହେଁ ବୋଲି ଏହା ସୂଚାଇ ଦେଇଛି। ସମ୍ମିଳନୀରେ ଭାଗନେଇଥିବା ଦେଶଗୁଡ଼ିକ ଯୋଗଦାନ ବିଶ୍ୱ ଜିଡିପିର ୭୦% । ବିଶ୍ୱର ସବୁଠୁ ବିକଶିତ ନିୟାମକ ସଂସ୍ଥାଗୁୁଡ଼ିକ ମଧ୍ୟ ସେହି ସବୁ ଦେଶରେ ରହିଛି।
ଟେକ୍ନୋଲୋଜିି ଯଦି ଅନ୍ତର୍ଜାତୀୟ ସମ୍ପର୍କ ଏବଂ ପ୍ରତିଯୋଗିତାର ନୂଆ କ୍ଷେତ୍ର ହୁଏ, ତାହା ବିଶ୍ୱରେ ଗଣତନ୍ତ୍ରକୁ ସଫଳତା ଯୋଗାଇଦେବ। ଫ୍ରିଣ୍ଡମ୍ ଅଫ୍ ହାଉସ୍ ଅନୁଯାୟୀ ୧୦ଟି ବୃହତ୍ ଉପଭୋକ୍ତା ବଜାର ମଧ୍ୟରୁ ୮ଟି ସ୍ବାଧୀନ ଗଣତାନ୍ତ୍ରିକ ଦେଶରେ ରହିଛି । ସେହିସବୁ ଦେଶରେ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮୫ ଟି ରହିଛି। ଭେଞ୍ଚର କ୍ୟାପିଟାଲ ମାର୍କେଟରେ ଗଣତାନ୍ତ୍ରିକ ଦେଶଗୁଡ଼ିକ ବହୁ ଆଗରେ ରହିଛନ୍ତି। ଗତବର୍ଷ ବିଶ୍ୱର ମୋଟ ନିବେଶର ୮୦%ରୁ ଊର୍ଦ୍ଧ୍ୱ ହେଉଛି ଏମାନଙ୍କର। ଗବେଷଣା, ନିୟାମକ କ୍ଷମତା ଏବଂ ବଜାର ଆକାର ଦୃଷ୍ଟିରୁ ଗଣତାନ୍ତ୍ରିକ ଦେଶଗୁଡ଼ିକ ପ୍ରଭାବ ବିସ୍ତାର କରିପାରିଛନ୍ତିି। ଏସବୁ ନୂଆ ଟେକ୍ନୋଲୋଜି ଆବିଷ୍କାର ଏବଂ ବିଜ୍ନେସ କ୍ଷମତା ବୃଦ୍ଧିର ଚାବିକାଠି । ଗଣତନ୍ତ୍ର ପାଇଁ ସମ୍ମିଳନୀ ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରିକ ବ୍ୟବସ୍ଥାର ସମ୍ବେଦନଶୀଳତା ଏବଂ ମଜଭୁତି ଉପରେ ଜରୁରୀ ଅନୁଧ୍ୟାନକୁ ଅଧିକ ଗୁରୁତ୍ୱ ଦେଇଛି। ଏଥିରୁ ବୁଝାପଡ଼ୁଛି, ନୂଆ ଟେକ୍ନୋଲୋଜିର ଭୂମିକା ଉପରେ ସମୀକ୍ଷା ମୁଖ୍ୟ ସ୍ଥାନ ନେବ। ଅନ୍ୟପଟେ ଓ୍ବାଶିଂଟନ ଡିସିରେ ଘଟିଥିବା ଜାନୁୟାରୀ ୬ଘଟଣାର ସ୍ମରଣୋତ୍ସବ ଗଣତନ୍ତ୍ରକୁ ସୁସ୍ଥ ରଖିବା ଲାଗି ଆମ ଅଭିନବ କ୍ଷମତାକୁ କିିଭଳି ମାର୍ଗଦର୍ଶନ କରିବା,ତାହା ମନେ ପକାଇ ଦେଇଛି।
ପ୍ରୋଗୋଷ୍ଟ ଅଫ୍ ଆଇଇ ୟୁନିଭର୍ସିଟି;
ଡିନ୍ , ସ୍କୁଲ ଅଫ୍ ଗ୍ଲୋବାଲ୍ ଆଣ୍ଡ୍ ପବ୍ଲିକ୍ (ଆଇଇ)