ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଇଏମ୍‌ଏମ୍‌ଟି ଅଡିଟୋରିୟମ ଭୁବନେଶ୍ୱରରେ ବିପିୟୁଟି ଟେକ୍‌ କାର୍ନିଭାଲ-୨୦୨୩ର ଉଦ୍‌ଘାଟନ କରି କହିଛନ୍ତି, ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ। ଆମର ଅଭିବୃଦ୍ଧି, ଆମର ମଙ୍ଗଳ, ସବୁକିଛି ଉନ୍ନତ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ। ତେଣୁ ଆମେ ନିଜକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଜଡ଼ିତ ରଖିବା ଏବଂ ଆଗକୁ ବଢ଼ିବା ଜରୁରୀ।

ଉକ୍ତ କାର୍ଯ୍ୟକ୍ରମରେ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଯୋଗଦେଇଥିବା ବେଳେ ଦକ୍ଷତା ବିକାଶ ମୁଖ୍ୟ ସଚିବ ଉଷା ପାଢ଼ୀ, ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Share