ରେଡ୍‌ ମଡ୍‌ର ସଦୁପଯୋଗ ଲାଗି ଆସିବ ଟେକ୍ନୋଲୋଜି

ଭୁବନେଶ୍ୱର,୧।୪: ବକ୍ସାଇଟରୁ ଆଲୁମିନିୟମ ବାହାର କରିବା ସମୟରେ ନିର୍ଗତ ହେଉଥିବା ବକ୍ସାଇଟ ରେସିଡ୍ୟୁ (ରେଡ୍‌ ମଡ୍‌)କୁ ସୁଦୁପଯୋଗ କରାଯିବ। ଏଥିଲାଗି ଟେକ୍ନୋଲୋଜି ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି। ବୁଧବାର ସ୍ଥାନୀୟ ସିଏସ୍‌ଆଇଆର୍‌ ଆଇଏମ୍‌ଏମ୍‌ଟି ଅଡିଟୋରିୟମ ପରିସରରେ ଇଣ୍ଡଷ୍ଟ୍ରି ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ସିଏସ୍‌ଆଇଆର୍‌ ଆଇଏମ୍‌ଏମ୍‌ଟି ଭୁବନେଶ୍ୱର, ସିଏସ୍‌ଆଇଆର୍‌ ନ୍ୟାଶନାଲ ମେଟାଲୋର୍ଜିକାଲ ଲାବୋରେଟୋରୀ ଜାମସେଦପୁର , ଜବାହରଲାଲ ନେହୁର ଆଲୁମିନିୟମ ରିସର୍ଚ୍ଚ ଡେଭଲପମେଣ୍ଟ ଆଣ୍ଡ ଡିଜାଇନ ସେଣ୍ଟର ନାଗପୁର, ନାଲ୍‌କୋ, ହିଣ୍ଡାଲକୋ ଏବଂ ବେଦାନ୍ତ ଭଳି କମ୍ପାନୀ ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ସିଏସ୍‌ଆଇଆର ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ସୁଧସତ୍ୱ ବାସୁ, ସିଏସ୍‌ଆଇଆର୍‌ ଆଇଏମ୍‌ଏମ୍‌ଟିର ରଣନୀତି ଯୋଜନା ଏବଂ ବ୍ୟବସାୟ ବିକାଶର ମୁଖ୍ୟ ଅଶୋକ କୁମାର ସାହୁ, ନାଲକୋ ପି ଆଣ୍ଡ ଟି ଡାଇରେକ୍ଟର ମାନସ ମିଶ୍ର, ନାଲକେର (ଅନୁସନ୍ଧାନ ଓ ବିକାଶ) ଗ୍ରୁପ ଜିଏମ୍‌ ସୁବ୍ରତ କର, ବେଦାନ୍ତ ଡାଇରେକ୍ଟର (ଟେକି୍ନକାଲ) ରାକେଶ ମୋହନ, ବେଦାନ୍ତ ଲାଞ୍ଜିଗଡର ବକ୍ସାଇଟ ଏବଂ ରେଡମଡ ମ୍ୟାନେଜମେଣ୍ଟ ରାଜନ ବାବୁ , ହିଣ୍ଡାଲୋ କର୍ପୋରେଟ ବ୍ୟାପାର ଯୁଗ୍ମ ନିର୍ଦ୍ଦେଶକ ଅର୍ଧେନ୍ଦୁ ମହାପାତ୍ର, ହିଣ୍ଡାଲକୋ ସଷ୍ଟେନେବିଲିଟି ଜିଏମ୍‌ ସୌଭାଗ୍ୟ କୁମାର ତ୍ରିପାଠୀ, ଜେଏନ୍‌ଏଆର୍‌ଡିଡିସିର ପ୍ରିନ୍ସିପାଲ ସାଇନ୍ଟିଷ୍ଟ ଉପେନ୍ଦ୍ର କୁମାର ସିଂ ଏବଂ ସିଏସ୍‌ଆଇଆର ଏନ୍‌ଏମ୍‌ଏଲ ଆର୍‌ଡିପିଡି ସୁଧାକର ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Share