Categories: ଜାତୀୟ

କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୭।୧୧: କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। କରୋନା ମହାମାରୀ ପୃଥିବୀରେ ବଡ଼ ପରିବର୍ତ୍ତନ ଆଣିଛି। ଏହା ଲୋକଙ୍କୁ ଆତ୍ମନିର୍ଭରଶୀଳ ହେବା ଶିଖାଇଛି। ଦେଶରେ ଯୁବବର୍ଗଙ୍କ ଉପରେ ଏବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଯୁବବର୍ଗଙ୍କ ସୃଜନଶୀଳତା ଉପରେ ଦେଶର ବିକାଶ ନିର୍ଭର କରୁଛି। ଯୁବବର୍ଗଙ୍କ ଜ୍ଞାନକୌଶଳ ଦେଶକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।

Share