Categories: ଖେଳ

ଟିମ୍‌ ଇଣ୍ଡିଆ ଆଗରେ ୧୦୯ ରନ୍‌ର ବିଜୟ ଲକ୍ଷ୍ୟ

ଡବଲିଂ,୨୬।୬: ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୨ ଓଭରରେ ୪ ଉଇକେଟ ହରାଇ ୧୦୮ ରନ୍‌ କରିଛି। ଫଳରେ ଭାରତ ଆଗରେ ଧାର୍ଯ୍ୟ ହୋଇଛି ୧୦୯ ରନ୍‌ର ବିଜୟଲକ୍ଷ୍ୟ। ଏହି ମ୍ୟାଚ୍‌ ଜରିଆରେ ସ୍ପିଡ୍‌ ଷ୍ଟାର ଉମ୍ରାନ ମଲିକ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି।

ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ଘରୋଇ ଅଧିନାୟକ ଆଣ୍ଡ୍ର୍ୟୁ ବଲବ୍ରିନିଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ପରବର୍ତ୍ତୀ ଦୁଇ ଓଭରରେ ପଲ ଷ୍ଟ୍ରିଲିଂ (୪) ଓ ଗାରେଥ ଡେଲନି (୮) ଆଉଟ୍‌ ହୋଇଥିଲେ। ୪ ଓଭର ସୁଦ୍ଧା ୨୨ ରନ୍‌ରେ ୩ ଉଇକେଟ ହରାଇ ଆୟର୍ଲାଣ୍ଡ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ହ୍ୟାରି ଟେକ୍ଟର କାଉଣ୍ଟର ଆଟାକ କରିଥିଲେ। ସେ ୩୩ ବଲରେ ୬୪ ରନ୍‌ କରିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୩ ଛକା। ତାଙ୍କୁ ଲର୍କାନ ଟକର ୧୮ (୨ ଛକା) ସହାୟତା ପ୍ରଦାନ କରିଥିଲେ। ଫଳରେ ଆୟର୍ଲାଣ୍ଡ ୧୨ ଓଭରରେ ୪ ଉଇକେଟ ହରାଇ ୧୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share