ଆଜିକାଲି ଅଭିନେତ୍ରୀଅଭିନେତାମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସାଧାରଣ କଥା ହୋଇଗଲାଣି। ନିକଟରେ ଛୋଟ ପରଦା ଲୋକପ୍ରିୟ ଅଭିନେତା କରଣଭୀର ବୋହ୍ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟିଜେ ସିଦ୍ଧୁ ଟ୍ରୋଲ ହୋଇଛନ୍ତି। ଟିଜେ ଖୁବ୍ଶୀଘ୍ର ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ସେ ୫ ମାସ ବେବି ବମ୍ପ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ପତଳା ଦେଖାଯାଉଥିବା ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିଲେ। ଏଥିରେ ରାଗିଯାଇଛନ୍ତି ଟିଜେ। ସେ ଲେଖିଛନ୍ତି- ଲୋକମାନେ କୁହନ୍ତି ଯେ ମୁଁ ବହୁତ ପତଳା। ବିଶେଷ କରି ଯେତେବେଳେ ମୁଁ ମା ହେବାକୁ ଯାଉଛି, ସେତେବେଳେ ମୁଁ ଟିକିଏ ମୋଟା ହେବା ଆବଶ୍ୟକ। କିନ୍ତୁ ଓଜନ ବଢିବା ମୋ ପାଇଁ କେବେ ସହଜ ହୋଇନାହିଁ। ପ୍ରଥମ ତିନି ମାସ ମୁଁ ଭଲ ଅନୁଭବ କରି ନ ଥିଲି। ସେହି ସମୟରେ ମୁଁ କିଛି ଖାଇ ପାରି ନାହିଁ। ବର୍ତ୍ତମାନ ମୁଁ ସଠିକ ଭାବରେ ଖାଉଛି। ମୋର ଓଜନ ବଢିଛି। ଗର୍ଭାବସ୍ଥାରେ ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ମୋଟା ପତଳା କୌଣସି ଫରକ ପଡେ ନାହିଁ ବୋଲି ସେ କହିଛନ୍ତି।