ବସ୍ତି,୭ା୬: ଉତ୍ତର ପ୍ରଦେଶର ଗଉର ଅଞ୍ଚଳରେ ପରିବା କିଣିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ୩ଜଣ ବ୍ୟକ୍ତି ଗଣବଳାତ୍କାର କରିଥିଲେ। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ସେ ଏକ ନିଛାଟିଆ ସ୍ଥାନରେ ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା। ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ନାବାଳିକାଙ୍କ ମୃତ୍ୟୁ ଘଟିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି।