Categories: ଜାତୀୟ

ଅନ୍‌ଲାଇନ ଗେମ ହେଲା କାଳ; ସାନ ଭାଇଙ୍କୁ ହତ୍ୟା କଲେ ବଡ ଭାଇ

ଜୟପୁର,୧୪।୧୨: ଅନ୍‌ଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ହତ୍ୟା କରିଛି। ରାଜସ୍ଥାନର ନାଗୁର ଜିଲା ଲାଡନୁରେ ଏଭଳି ଘଟଣା ଘଟିଛି। ହତ୍ୟା କରିବା ପରେ ସେ ମୃତଦେହକୁ ନିକଟସ୍ଥ ପଡିଆରେ ପୋତି ଦେଇଥିଲେ। ଏହାପରେ ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକଙ୍କର ମାମୁଙ୍କ ଠାରୁ ୫ ଲକ୍ଷ ଟଙ୍କା ଦେଲେ ପୁଅ ମିଳିବ ବୋଲି ଧମକ ଦେଇଥିଲେ।

ସୂଚନାନୁସାରେ, ଦୁଇ ଭାଇ ସବୁବେଳେ ଏକାଠି ଅନଲାଇନରେ ଗେମ୍‌ ଖେଳୁଥିଲେ। ତେବେ ଗେମିଂ ଟୋକନ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ୧୬ ବର୍ଷୀୟ ବାଳକ ଜଣଙ୍କ ତା’ ସାନ ଭାଇର ତଣ୍ଟି ଚିପି ହତ୍ୟା କରିଛନ୍ତି।

Share