ଦାନ୍ତମୂଳ ବିନ୍ଧୁଥିଲେ…

ଦାନ୍ତମୂଳ ବିନ୍ଧିବାରୁ ଉପଶମ ପାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର କେତୋଟି ଘରୋଇ ଉପଚାର ରହିଛି। ପ୍ରଥମ କଥା ହେଲା, ଯଦି ଏହି ସମସ୍ୟା ଜଟିଳ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ସେ ଲେଖିଥିବା ଔଷଧ ଖାଆନ୍ତୁ। ହେଲେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ହେଉଥିବା ଯନ୍ତ୍ରଣାରୁ ଆପଣ କେତେକାଂଶରେ ଉପଶମ ଲାଭ କରିପାରିବେ। ସମାନ ପରିମାଣର ଗୋଲମରିଚ ଓ ଲୁଣ ସହ ସାମାନ୍ୟ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଦାନ୍ତମୂଳ ବିନ୍ଧୁଥିବା ସ୍ଥାନରେ ଏହାକୁ କିଛି ସମୟ ରଖିଲେ ସେଥିରୁ ଉପଚାର ମିଳିଥାଏ। ଦାନ୍ତ ବିନ୍ଧୁଥିଲେ ଏଥିପାଇଁ ରସୁଣ ପେଷ୍ଟ ବ୍ୟବହାର କରିପାରନ୍ତି। ଲବଙ୍ଗରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ଯାହା ଦାନ୍ତମୂଳ ବିନ୍ଧା ଯନ୍ତ୍ରଣାରୁ ଉପଶମ ଦେବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଅଧା ଚାମଚ ଲୁଣ ମିଶାଇ କୁଳୁକୁଞ୍ଚା କରନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ ଆରାମ ଲାଗିଥାଏ।