Categories: ଜାତୀୟ

ଫୁସ୍‌ଫୁସ୍‌ରୁ ବାହାରିଲା ଦାନ୍ତ

ମୁମ୍ବାଇ, ୧୨ା୪: ମୁମ୍ବାଇର ଏକ ହସ୍ପିଟାଲରେ ଡାକ୍ତର ଅସ୍ତ୍ରୋପଚାର କରି ଜଣେ ୬ ବର୍ଷୀୟ ବାଳକଙ୍କ ଫୁସ୍‌ଫୁସ୍‌ରୁ ଦାନ୍ତ ବାହାର କରିଛନ୍ତି। ବାଳକ ଜଣକ ଭୁଲ୍‌ରେ ଦାନ୍ତକୁ ଗିଳି ଦେଇଥିଲେ। ପରେ ସେ ଖାଦ୍ୟ ଖାଇବାରେ କଷ୍ଟ ଅନୁଭବ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେଇ ପାରି ନ ଥିଲେ। ପରିବାର ଲୋକେ ତାଙ୍କୁ ଓ୍ବକ୍‌ହାର୍ଦତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରେଡିଓଲୋଜି ପରେ ତାଙ୍କ ଡାହାଣ ବ୍ରୋଙ୍କସ୍‌ରେ ଦାନ୍ତ ଫସିଥିବା ଜଣାପଡ଼ିଥିଲା। ଫଳରେ ତୁରନ୍ତ ତାଙ୍କ ଅସ୍ତ୍ରୋପଚାର କରାଯାଇ ଦାନ୍ତକୁ ବାହାର କରାଯାଇଥିଲା। ଗତ ମାର୍ଚ୍ଚରେ ତାମିଲନାଡୁରେ ଜଣେ ମହିଳାଙ୍କ ବ୍ରଶ୍‌ କରୁଥିବା ସମୟରେ ବାଥ୍‌ରୁମ୍‌ରେ ଖସିପଡ଼ିଥିଲେ। ଫଳରେ ତାଙ୍କ ପାଟିରେ ଟୁଥ୍‌ବ୍ରଶ ଲାଖି ଯାଇଥିଲା। ଡାକ୍ତରଖାନାକୁ ଯିବାପରେ ମହିଳାଙ୍କ କ୍ୟାଭିଟିରେ ବ୍ରଶ୍‌ଟି ଗଳି ଯାଇଥିବା ଡାକ୍ତର ଦେଖିବାକୁ ପାଇଥିଲେ। ପରେ ତାହାକୁ ସର୍ଜରୀ ମାଧ୍ୟମରେ କଢ଼ା ଯାଇଥିଲା।

Share