ଖାଇବା ପରେ ଆମେ ଭଲ ଭାବରେ କୁଳି କରି ପାଟିକୁ ଧୋଇବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଲାଗି ରହି ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣଙ୍କର ଦାନ୍ତ ବିନ୍ଧୁଛି, ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏଥିରୁ ଅନେକାଂଶରେ ଉପଶମ ଲାଭ କରିପାରିବେ। ମୌସୁମୀ ରସରେ କିଛି ହେଙ୍ଗୁ ମିଶାଇ ଏହି ମିଶ୍ରଣକୁ ତୁଳାଦ୍ୱାରା ବିନ୍ଧୁଥିବା ଦାନ୍ତମୂଳରେ ରଖନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଦାନ୍ତମୂଳରେ ବ୍ୟାକ୍ଟେରିଆ ରହି ନିଜର ବଂଶ ବିସ୍ତାର କରିଥାଆନ୍ତି। ଦାନ୍ତ ବିନ୍ଧୁଥିଲେ ସେହି ସ୍ଥାନରେ ଲବଙ୍ଗ ରଖିଲେ ଏଥିରେ ଥିବା ଔଷଧୀୟ ଗୁଣ ବ୍ୟାକ୍ଟେରିଆଗୁଡିକୁ ଅନେକାଂଶରେ ନଷ୍ଟ କରିଦେଇଥାଆନ୍ତି। ରସୁଣରେ ଏଲିସନ୍ ନାମକ ତତ୍ତ୍ୱ ରହିଛି, ଯାହା ଦାନ୍ତ ବିନ୍ଧା କମାଇବାରେ ସାହାଯ୍ୟ କରିଥାଏ।