ଦାନ୍ତ ବିନ୍ଧା ଓ କୋଷ

ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି। ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ ଏଭଳି ସମସ୍ୟା ଦେଖାଦେଇଥାଏ। ହେଲେ ଏହା ସହ ଆଉ ଏକ କଥାର ସଂଯୋଗ ରହିଛି। ତାହା କ’ଣ ଜାଣନ୍ତି? ଏକ ପ୍ରକାର କୋଷ (ସେଲ୍‌)ରେ କିଛି ତତ୍ତ୍ୱ ବଢ଼ିଗଲେ ଦାନ୍ତବିନ୍ଧା ସମସ୍ୟା ଦେଖାଦେଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଦାନ୍ତ ବିନ୍ଧା ଓ କୋଷ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଏଥିରୁ ସେମାନେ ଏଭଳି ତଥ୍ୟ ଜାଣିପାରିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସେଲ୍‌୍‌ଟିର ହେଲା ‘ଆମେଲୋବ୍ଲାଷ୍ଟ’। ଏହା ଭିତରେ ଥିବା ‘ପ୍ରେଟ୍ରୋଷ୍ଟିିଲିବେନ୍‌’ ଏବଂ ‘ବ୍ଲୁ ବେରିକ’ ନାମକ ତତ୍ତ୍ବ ବଢ଼ିଗଲେ ଥଣ୍ଡା ଯୋଗୁ ଦାନ୍ତମୂଳ ବିନ୍ଧିଥାଏ ରିପୋର୍ଟରେ ଦର୍ଶାଯାଇଛି। ବେଳେବେଳେ ଏଥିଯୋଗୁ ଦାନ୍ତର ଏନାମେଲ୍‌ ଖରାପ ହୋଇ ଦାନ୍ତ ନଷ୍ଟ ହେବାର ଆଶଙ୍କା ଦେଖାଦେଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।