ନୂଆଦିଲ୍ଲୀ,୩୧ା୧୨: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଭାରତ ସରକାର ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍-ଏ-ହୁରିୟତ। ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍ କରାଯାଇଛି।
The ‘Tehreek-e-Hurriyat, J&K (TeH) has been declared an ‘Unlawful Association’ under UAPA.
The outfit is involved in forbidden activities to separate J&K from India and establish Islamic rule. The group is found spreading anti-India propaganda and continuing terror activities to…— Amit Shah (@AmitShah) December 31, 2023
ଶାହା ଲେଖିଛନ୍ତି, ଜମ୍ମୁ-କଶ୍ମୀରକୁ ଭାରତରୁ ପୃଥକ୍ କରିବା ଏବଂ ଇସ୍ଲାମିକ ନିୟମ ପ୍ରତିଷ୍ଠା ନିଷେଧ କାର୍ଯ୍ୟରେ ଏହି ସଂଗଠନ ଜଡ଼ିତ ଅଛି। ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଏହାକୁ ରୋକାଯାଇପାରିବ।