ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଅମ୍ବାଭୋନା,୨୯ା୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ାଉ କରି ତାଙ୍କୁ ଧରିବା ସହିତ ବ୍ୟବହୃତ ଟଙ୍କା ଜବତ କରିଛି। ଭିଜିଲାନ୍ସ ଇନ୍ସପେକ୍ଟର ବିଜୟ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି।