Categories: ଜାତୀୟ

ତହସିଲଦାର୍‌ଙ୍କ ଘରେ ଚଡ଼ାଉ: ଭୟରେ ପୋଡ଼ିଦେଲେ ୨୦ ଲକ୍ଷ ନୋଟ୍‌

ଜୟପୁର,୨୫।୩: ଦୁର୍ନୀତି ନିବାରଣ ଟିମ୍‌ ଘରେ ଚଢ଼ାଇ କରିବା ପୂର୍ବରୁ ଜଣେ ତହସିଲଦାର୍‌ ଭୟରେ ଘରେ ଥିବା ୨୦ ଲକ୍ଷ ଟଙ୍କାର ନୋଟ୍‌ ଜଳାଇ ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ସିରୋହି ଜିଲାରେ ଘଟିଛି। ସ୍ଥାନୀୟ ପିଣ୍ଡୋ ବାରାତ ତହସିଲଦାର୍‌ କଳ୍ପେଶ କୁମାର ଜୈନ ଦୁର୍ନୀତି ନିବାରଣ ଟିମ୍‌ ତାଙ୍କ ଘରୁକୁ ଆସୁଥିବାରୁ ଜାଣିପାରି କବାଟ ଝରକା ବନ୍ଦ କରି ଦେଇଥିଲେ। ଗ୍ୟାସ୍‌ ବର୍ନର ଉପରେ ଟଙ୍କା ଜମା କରି ଜଳାଇ ଦେଇଥିଲେ। କଳ୍ପେଶ କବାଟ ନ ଖୋଳିବାରୁ ଦୁର୍ନୀତି ନିବାରଣ ଟିମ୍‌ କବାଟ ଭାଙ୍ଗି ଘରେ ପଶିଥିଲେ। ଅଧା ଜଳା ନୋଟ୍‌ ସହିତ କଳ୍ପେଶଙ୍କୁ ଗିରଫ କରାଯାଇଛି। ଏହା ସହିତ ଲକ୍ଷେ ୬୦ ହଜାର ଟଙ୍କା ଜବତ କରାଯାଇଥିବା ଦୁର୍ନୀତି ନିବାରଣ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share