ପାଟନା,୧୬।୩: ହୋଲି ପାଳନ ବେଳେ RJD ନେତା ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କ ସମସ୍ୟା ବଢ଼ାଇଛି। ବିନା ହେଲମେଟରେ ସ୍କୁଟି ଚଲାଇବାରୁ ବିହାର ପାଟନା ପୋଲିସ ତାଙ୍କ ନାମରେ ୪ ହଜାର ଟଙ୍କା ଚାଲାଣ କାଟିଛି। ଅନ୍ୟପକ୍ଷେ ତେଜ ପ୍ରତାପ ଚଲାଉଥିବା ସ୍କୁଟିର ଇନ୍ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟ ଅବଧି ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, RJD ନେତା ତେଜ ପ୍ରତାପ ହୋଲି ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇ ଯାଉଥିଲେ।
ଅନ୍ୟପକ୍ଷେ ବିହାରରେ ହୋଲି ଉତ୍ସବ ମଧ୍ୟରେ, ତେଜ ପ୍ରତାପ ସବୁଠାରୁ ଅଧିକ ଶିରୋନାମାରେ ରହିଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଜଣେ ପୋଲିସକର୍ମୀଙ୍କୁ ୟୁନିଫର୍ମ ପିନ୍ଧି ନାଚିବାକୁ କହୁଛନ୍ତି। ଏଥିସହିତ, ଯଦି ଏହା କରା ନ ଯାଏ ତେବେ ତାଙ୍କୁ ନିଲମ୍ବନ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଭିଡିଓଟି ସାମ୍ନାକୁ ଆସିବା ପରଠାରୁ ଭାଜପା ସମେତ ବିଭିନ୍ନ ଦଳର ନେତା ତେଜ ପ୍ରତାପଙ୍କୁ ଟାର୍ଗେଟ କରି ସମାଲୋଚନା କରୁଛନ୍ତି। ବର୍ତ୍ତମାନ ବିନା ହେଲମେଟ ସ୍କୁଟି ଚଲାଇବା ତାଙ୍କ ପାଇଁ ସମସ୍ୟା ବଢାଇଛି।