Categories: ଜାତୀୟ

ନିଜକୁ ଦ୍ୱିତୀୟ ଲାଲୁ ବୋଲି କହିଲେ ତେଜ ପ୍ରତାପ

ପାଟନା,୧୭।୪: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆର୍‌ଜେଡି ନେତା ଲାଲୁ ପ୍ରସାନ ଯାଦବଙ୍କ ଝିଅ ମିଶା ଭାରତୀଙ୍କ ପାଇଁ ଭୋଟ ମାଗୁଥିବା ବେଳେ ଅନ୍ୟପଟେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ନିଜକୁ ଦ୍ୱିତୀୟ ଲାଲୁ ବୋଲି କହିଛନ୍ତି। କାରଣ ବିହାରରେ କଂଗ୍ରେସର କିଛି ଅସ୍ଥିତ୍ୱ ଥିବା ଭଳି ସେ ମନେ କରୁ ନାହାଁନ୍ତି। ଆହୁରି ମଧ୍ୟ କଂଗ୍ରେସର ଏଭଳି ସ୍ଥିତି ପାଇଁ ଯେଉଁମାନେ ଦାୟୀ ତାହା ମଧ୍ୟ ସୂଚନା ଦେଇଛନ୍ତି ତେଜ ପ୍ରତାପ। ସୂଚନାଯୋଗ୍ୟ, ତେଜ ପ୍ରତାପଙ୍କୁ ଗୁରୁବାର ରାହୁଲ ଗାନ୍ଧୀଙ୍କ ରାଲିରେ ଉଦ୍‌ବୋଧନ ଦେବାର ଅବସର ନ ମିଳିବାରୁ ତେଜ ପ୍ରତାପ ଏଭଳି ମନ୍ତବ୍ୟ ଦେଇଛନ୍ତି।

Share