ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ଏବେ ଭିନ୍ନ ଭିନ୍ନ କାମ ଉପରେ ହାତ ପକାଉଥିବା ଦେଖାଯାଇଛି । କେବେ ସେ ବ୍ଲଗ ତିଆରି କରୁଛନ୍ତି ପୁଣି କେବେ ରିଲ୍ସ, ଆହୁରି କେବେକେବେ ଜିମରେ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଉଛନ୍ତି । ଏହି କ୍ରମରେ ଏବେ ତେଜ ପ୍ରତାପ ଅଗରବତି ପରେ ଏବେ ଚାଉଳ ବିକିବେ ବୋଲି ଜଣାପଡିଛି । ସେ ତାଙ୍କ ବଡ ମାମୁ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ଏଲଆର୍ ରାଇସ ଆଣ୍ଡ ମଲ୍ଟି ଗ୍ରେସର ଶୁଭାରମ୍ଭ କରିଛନ୍ତି ।
ପିତା ଲାଲୁ ଯାଦବ ଓ ମା ରାବ୍ରି ଦେବୀଙ୍କ ନାମରେ ଏହା ଆରମ୍ଭ କରାଯାଇଛି । ଏହି ଫ୍ୟାକ୍ଟ୍ରି ବିହାରର କୃଷକଙ୍କଠାରୁ ଚାଉଳ ସଂଗ୍ରହ କରି ବଜାରରେ ବିକ୍ରି କରିବ । ଚାଉଳ ବ୍ୟତୀତ ଅଟା,ବେସନ, ଛତୁଆ ମଧ୍ୟ ବିକ୍ରି କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ।