ପାଟନା,୧୫ ।୨: ଆରଜେଡି ନେତା ତେଜ ପ୍ରତାପ ଯାଦବ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଚର୍ଚ୍ଚାର କାରଣ ହେଉଛି ସେ ୱାଇ କାଟାଗୋରୀ ସୁରକ୍ଷା ମାଗିଛନ୍ତି । ତେଜ ପ୍ରତାପ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ୱାଇ କାଟାଗୋରୀ ସୁରକ୍ଷା ମାଗିଛନ୍ତି । ସେ ଲେଖିଛନ୍ତି, ମୋ ପାଖକୁ ପ୍ରତିଦିନ ହଜାର ହଜାର ଲୋକ ଦେଖା କରିବାକୁ ଆସୁଛନ୍ତି, ସମୟ ସମୟରେ ମୋତେ ନକ୍ସଲ ପ୍ରଭାବିତ ଅଞ୍ଚଳ ବି ଗସ୍ତ କରିବାକୁ ପଡୁଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ମୋତେ ୱାଇ କାଟାଗୋରୀ ସୁରକ୍ଷା ଆବଶ୍ୟକ ପଡୁଛି । ସୁଚନଯୋଗ୍ୟ, ତେଜ ପ୍ରତାପ ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ହୋଇଥିବା ବେଳେ ଏବେ ସେ ରାଜ୍ୟର ବିଧାୟକ ଅଛନ୍ତି । ଏହା ପୂବରୁ ସେ ବିହାର ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ରହି ସାରିଛନ୍ତି । ତେବେ ତାଙ୍କର ଆଚାର ବ୍ୟବ୍ୟହାର ଯୋଗୁ ସେ ଅନେକ ସମୟରେ ଚର୍ଚ୍ଚାକୁ ଆସିଥଆନ୍ତି ।