Categories: ଜାତୀୟ

ନୀତୀଶଙ୍କୁ ତେଜସ୍ୱୀଙ୍କ ଖୋଲା ଚ୍ୟାଲେଞ୍ଜ: ଶକ୍ତି ଅଛିି ତ ଗିରଫ କର

ପାଟନା,୬ ।୧୨: ବିହାର ବିରୋଧି ଦଳ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ନୀତୀଶ କୁମାର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଏନ୍‌ଡିଏ ସରକାରଙ୍କୁ ଅଳସୁଆ ଓ ଭୟାଳୁ ବୋଲି କହିଛନ୍ତି । ତେଜସ୍ୱୀ କହିଛନ୍ତି ରାଜ୍ୟ ସରକାର କୃଷକଙ୍କ ପକ୍ଷରେ ଧାରଣ।। ଦେବାକୁ ନେଇ ତାଙ୍କୁ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରିଛନ୍ତି । ଏହାକୁ ନେଇ ତେଜସ୍ୱୀ କହିଛନ୍ତି ସରାକରଙ୍କର ଯଦି ଶକ୍ତି ଅଛି ତେବେ ତାଙ୍କୁ ଗିରଫ କରନ୍ତୁ । ହେଲେ କୃଷକଙ୍କ ପାଇଁ ସେ ଫାଶୀରେ ଚଢିବାକୁ ବି ରାଜି ଅଛନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ତେଜସ୍ୱୀ ଯାଦବ ଶନିବାର କେନ୍ଦ୍ର ଦ୍ୱାରା ମଞ୍ଜୁରୀ ପାଇଥିବା କୃଷି ଆଇନକୁ ବିରୋଧ କରି ଏହାକୁ ଫେରଇ ନେବାକୁ ଦାବି କରି ପାଟନାର ଗାନ୍ଧୀ ମଇଦାନରେ ଧାରଣାରେ ବସିଥିଲେ । ରବିବାର ତାଙ୍କ ନାଁରେ ଅଭିଯୋଗ କରାଯାଇଥିବାରୁ ଏବେ ସେ ଟୁଇଟ୍ କରି କହିଛନ୍ତି ନୀତୀଶ କୁମାରଙ୍କ ଭୟାଳୁ ସରକାରଙ୍କର ଯଦି ଶକ୍ତି ଅଛି ତେବେ ତାଙ୍କୁ ଗିରଫ କରି ଦେଖାନ୍ତୁ ।

Share