Categories: ଜାତୀୟ

ରାହୁଲଙ୍କୁ ତେଜସ୍ବୀ ଲଞ୍ଚରେ ଦେବେ ରୋହି ଝୋଳ, ବାର୍ଥ ଡେ’ ରେ ହୋଇଗଲା ଡିଲ୍‌ ପକ୍କା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ୫୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆରଜେଡି ନେତା ସ ପୂର୍ବ ଡେପୁଟି ସିଏମ ତେଜସ୍ବୀ ଯାଦବ ମଧ୍ୟ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ଧନ୍ୟବାଦ ଜଣାଇ କଂଗ୍ରେସ ନେତା ଲଞ୍ଚ ପାଇଁ ଡିମାଣ୍ଡ କରିଛନ୍ତି। ରାହୁଲ ରୋହି ଝୋଳ କରିବା ପାଇଁ ତେଜସ୍ବୀଙ୍କୁ କହିଛନ୍ତି। ତେଜସ୍ବୀ ମଧ୍ୟ ଏହାର ଉତ୍ତରରେ କହିଛନ୍ତି, ନିଶ୍ଚିତ ଭାଇ, ପରବର୍ତ୍ତୀ ଲଞ୍ଚରେ କ୍ୟାଟଲା ଫ୍ରାଇଡ୍‌ ଓ ରୋହି ଝୋଳ କରିବା।

Share