Categories: ଜାତୀୟ

ଥକି ପଡିଲେଣି ନୀତୀଶ: ତେଜସ୍ୱୀ ଯାଦବ

ପାଟନା,୧୬ ।୧୦: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ବାକି ରହିଛି । ଆଉ ଏହାରି ମଧ୍ୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଭୋଟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପ୍ରଥମ ରାଲିରେ ରାଜ୍ୟର ରୋଜଗାର ପରିସ୍ଥିତିକୁ ନେଇ ଏଭଳି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ବିରୋଧି ନୀତୀଶଙ୍କୁ ଟାର୍ଗେଟ କରିଛି । ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାକୁ ନେଇ ତେଜସ୍ୱୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ଥକି ପଡିଲେଣି ଆଉ ରାଜ୍ୟକୁ ସମ୍ଭାଳି ପାରିବେ ନାହିଁ । କାରଣ ସେ ବିକାଶ, ବେକାରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦେଶର ଗରିବ ଜନତାଙ୍କ ଉପରେ କେତେବେଳେ କଥା ହେଉ ନାହାନ୍ତି । ସେ କହୁଛନ୍ତି ବିହାର ଏକ ଳ୍ୟାଣ୍ଡଲର୍ଡ ରାଜ୍ୟ ଅର୍ଥାତ୍ ଏହାର ଚାରିପଟେ ଜମି ଥିବାରୁ ଏଠାରେ ଉଦ୍ଦ୍ୟୋଗ ନିର୍ମାଣ ସମ୍ଭବ ନୁହେଁ । ତେଣୁ ବିହାରବାସୀଙ୍କୁ ରୋଜଗାର ଯୋଗାଇ ଦେବା ସମ୍ଭବ ହେଉନାହିଁ । ପ୍ରଥମ କରି ଗତ ୧୨ ତାରିଖରେ ନୀତୀଶ ତାଙ୍କର ନିର୍ବାଚନ ରାଲି ଆରମ୍ଭ କରିଥିବା ବେଳେ କହିଥିଲେ ବହୁ ଚେଷ୍ଟା କରିବା ପରେ ବି ବିହାରରେ ଉଦ୍ଦ୍ୟୋଗ ପ୍ରତିଷ୍ଠା କରାଯାଇ ପାରୁନାହିଁ । କାରଣ ବିହାର ସମୁଦ୍ର କୂଳରେ ନୁହେଁ । ତେଣୁ ଏଠଶରେ ଉଦ୍ଦେଞାଗ ପ୍ରତିଷ୍ଠା ସମ୍ଭବ ନୁହେଁ । ଏହାକୁ ନେଇ ତେଜସ୍ୱୀ କହିଛନ୍ତି କେବଳ ବିହାର ସମୁଦ୍ର କୂଳରେ ନୁହେଁ ଝାଡଖଣ୍ଡ, ଉତତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ, ଦିଲ୍ଲୀ, ହରିୟାଣା, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ଆସାମ ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ ନୁହେଁ । ହେଲେ ଏଭଳି ଅଧିକାଂଶ ରାଜ୍ୟରେ ବିହାର ଅପେକ୍ଷା ଅଧିକ ଫ୍ୟାକ୍ଟ୍ରି ରହିଛି । ତେଣୁ ବିହାରର ବିକାଶ ନୀତୀଶଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ତେଜସ୍ୱୀ କହିଛନ୍ତି ।

Share