Categories: ଜାତୀୟ

ମାସ୍କ ପିନ୍ଧିବାକୁ ରାଜି ନୁହେଁ ତେଜସ୍ୱୀ!

ପାଟନା,୨୮ ।୧୧: କରୋନା ମହାମାରୀ ବୃଦ୍ଧିକୁ ଦେଖି ଏହାର ଗାଇଡଲାଇନ୍ ପାଳନ କରିବାକୁ ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପାଟନା ବିଧାନସଭାରେ ଅଧ୍ୟକ୍ଷ ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ମାସ୍କ ପିନ୍ଧିବା କଥା କହିଥିଲେ । ବାରମ୍ବାର ସେ ଏହା କହିବା ସହ ବିରୋଧିଦଳ ନେତା ତେଜସ୍ୱୀ ଯାଦବ ସାଙ୍ଗରେ ଆଣିଥିବା ମାସ୍କକୁ ଦେଖାଇବାକୁ ମଧ୍ୟ କହିଥିଲେ । ଆଉ ତେଜସ୍ୱୀ ପକେଟରୁ ବାହାର କରି ତାଙ୍କ ମାସ୍କ ଦେଖାଇବା ପରେ ଅଧ୍ୟକ୍ଷ କହିଥିଲେ ଏହାକୁ ପିନ୍ଧି କଥା ହୁଅନ୍ତୁ । ହେଲେ ଏହାକୁ ନେଇ ତେଜସ୍ୱୀ କହିଥିଲେ ୧୨ ଫୁଟ ଦୂରରେ ବସାଇଛନ୍ତି । ଏଥିରେ ତ ସୋସିଆଲ ଡିଷ୍ଟାନସିଂ ପାଳନ କରାଯାଉଛି ଆଉ ମାସ୍କ ପିନ୍ଧିବା କ’ଣ ଦରକାର । ତେବେ ତେଜସ୍ୱୀଙ୍କ ପାଖରେ ଆଉ ଜଣେ ଆର୍‌ଜେଡି ନେତା ବସିଥିବାରୁ ତାଙ୍କୁ ବିପଦ ରହିଛି ବୋଲି ଅଧ୍ୟକ୍ଷ ତେଜସ୍ୱୀଙ୍କୁ କହିଥିଲେ ।

Share