ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି। କରୋନା ସଂକ୍ରମଣ ହେବା ଆଶଙ୍କାରେ ଲାଲୁଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିଜକୁ ହୋମ୍‌ ଆଇସୋଲେଟ କରିନେଇଛନ୍ତି। ସୂଚନାଯୋଗ୍ୟ, ତେଜସ୍ବୀ ଯାଦବଙ୍କ ସହିତ ସବୁବେଳେ ସାଙ୍ଗରେ ରହୁଥିବା ତାଙ୍କ ପିଏ ସଞ୍ଜୟ ଯାଦବ ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଞ୍ଜୟ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ତେଜସ୍ବୀଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ରିପୋର୍ଟ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ତେଜସ୍ବୀ ହୋମ୍‌ ହୋଇସୋଲେଶନ୍‌ରେ ରହିଥିବା ଜଣାପଡ଼ିଛି। ଗୋଟିଏ ପଟେ ବିହାର ନିର୍ବାଚନ ଅନ୍ୟପଟେ କରୋନା ଭୟ। ଏଭଳି ସ୍ଥିତିରେ ନିର୍ବାଚନ ଟିକେଟ ପାଇବା ଆଶାରେ ରାବ୍ରି ଦେବୀଙ୍କ ବାସଭବନକୁ ଆସୁଥିବା ଆଶାୟୀ ପ୍ରାର୍ଥୀ ଓ ଦଳୀୟକର୍ମୀମାନେ ତେଜସ୍ବୀଙ୍କୁ ନ ଭେଟି ଏବେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି।

Share