Categories: ଜାତୀୟ

ଜମି ବଦଳରେ ଚାକିରି ମାମଲା: ସିବିଆଇ ଚାର୍ଜଶିଟ ଉପରେ ଆଜି କୋର୍ଟରେ ହେବ ଶୁଣାଣି

ପାଟନା,୧୨।୭: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ସମ୍ପର୍କରେ ବୁଧବାର କୋର୍ଟରେ ଶୁଣାଣି ହେବ। ଏହି ଶୁଣାଣି ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ। ଜୁଲାଇ ୩ରେ ରେଳବାଇରେ ଚାକିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଥିଲା। ତେଜସ୍ବୀ ଯାଦବଙ୍କ ନାମ ଏଥିରେ ସାମିଲ କରାଯାଇଥିଲା।

ଆଜିର ଶୁଣାଣି ପରେ ତେଜସ୍ବୀ ଯାଦବଙ୍କ ଅସୁବିଧା କମ୍‌ ହେବ କି ନାହିଁ ତାହା ଦେଖିବାକୁ ପଡ଼ିବ। ଏହାପୂର୍ବରୁ ଏହି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀ ରାବ୍ରି ଦେବୀଙ୍କ ସମେତ ଅନ୍ୟ ୧୭ଜଣ ଅଭିଯୁକ୍ତ ଅଛନ୍ତି। ଆଜି ତେଜସ୍ବୀ ଯାଦବଙ୍କ କୋର୍ଟରେ ହାଜର ହେବାର କୌଣସି ସମ୍ଭାବନା ନାହିଁ। ତାଙ୍କ ଓକିଲ କୋର୍ଟରେ ତାଙ୍କ ପକ୍ଷ ଉପସ୍ଥାପନ କରିବେ।

Share