Categories: ଜାତୀୟ

ପ୍ରଶାନ୍ତଙ୍କୁ ଟାର୍ଗେଟ କଲେ ତେଜସ୍ୱୀ

ପାଟନା,୮ ।୫: ଗତ ୩୦ ବର୍ଷ ହେବ ବିହାରରେ କୌଣସି ବିକାଶ ହୋଇନାହିଁ । ଏମିତି ଏକ ବୟାନ ଦେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର । ଆଉ ଏବେ ଏହି ବୟାନର ଜବାବ ରଖିଛନ୍ତି ଆର୍‌ଜେଡି ନେତା ତଥା ଲାଲୁ ପସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ । ପ୍ରଶାନ୍ତ କିଏ ବୋଲି ଏବେ ପ୍ରଶ୍ନ କରିଛନ୍ତି ତେଜସ୍ୱୀ । ଗଣମାଧ୍ୟମ ସହ କଥା ହୋଇ ତେଜସ୍ୱୀ କହିଛନ୍ତି ପ୍ରଶାନ୍ତ କିଶୋର ଦେଇଥିବା ବୟାନର କୌଣସି ମହତ୍ୱ ନାହିଁ । ଏହାସହ ତାଙ୍କ ଠିକଣା ବା ସେ କିଏ ସେ ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ ।
ତେବେ ସିଏଏ-ଏନ୍‌ଆର୍‌ସିକୁ ନେଇ ତେଚସ୍ୱୀ କହିଛନ୍ତି ଆମେ ଏହାକୁ ନେଇ ସମ୍ପୂର୍ଣ୍ଣ କ୍ଲିୟର ଅଛୁ । ଆମେ ଏହାର ବିରୋଧ କରିଛୁ ଆଗକୁ ବି ଏହାର ବିରୋଧ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗୁଛି ଏହା ଏବେ ବିହାରରେ ଲାଗୁ ହୋଇ ପାରିବ ନାହିଁ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ବିହାରର ରାଜଧାନୀ ପାଟନାରେ ଏକ ପ୍ରେସ କନଫରେନ୍ସରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରି କହିଥିଲେ ଏମାନେ ବିହାରରେ ବିକାଶ କରିପାରି ନାହାନ୍ତି । ଲାଲୁଙ୍କର ୧୫ ବର୍ଷ ଓ ନୀତୀଶଙ୍କର ୧୭ ବର୍ଷର ଶାସନ ମଧ୍ୟରେ ଏମାନେ ବିହାରର କୌଣସି ବିକାଶ କରି ନାହାନ୍ତି ବୋଲି ପ୍ରଶାନ୍ତ କହିଥିଲେ ।

Share