Posted inଜାତୀୟ

ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର ଦଳବଦଳ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ମେଣ୍ଟରୁ ଅଲଗା ହୋଇଥିଲେ। ପରେ ସେ ଏନ୍‌ଡିଏରେ ସାମିଲ ହୋଇଯାଇଥିଲେ। ଏହାକୁ ନେଇ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଥିଲା। ଏବେ ତେଜସ୍ବୀ ଯାଦବଙ୍କ ଏକ ବୟାନ ପୁଣିଥରେ ଲୋକ ସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଛି।

ନୀତୀଶ କୁମାରଙ୍କୁ ନେଇ ତେଜସ୍ବୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନୀତୀଶ ଜୁନ ୪ ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ନିଜ ଦଳକୁ ରକ୍ଷା କରିବାକୁ ଯାଇ ବଡ଼ ନିଷ୍ପତ୍ତି ନେବେ। ଏହି ବୟାନ ପରେ ପୁଣିଥରେ ବିହାରରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି। ନୀତୀଶ ଏନ୍‌ଡିଏରୁ ଅଲଗା ହୋଇ ‘ଇଣ୍ଡିଆ’ ମେଣ୍ଟ ସହ ଆସିପାରନ୍ତି ବୋଲି କୁହାଯାଉଛି। ତେବେ ତେଜସ୍ବୀଙ୍କୁ ଏନେଇ ପଚରାଯିବାରେ ସେ ସିଧା ଜବାବ ଦେଇ ଜୁନ୍‌ ୪ ପରେ ବଡ଼ ନିଷ୍ପତ୍ତି ହେବ ଏବଂ ସମସ୍ତଙ୍କୁ ସୂଚନା ମିଳିଯିବ ବୋଲି କହିଛନ୍ତି।

ଅପରପକ୍ଷେ ଏନ୍‌ଡିଏ ସହ ପୁଣିଥରେ ମିଶିବା ପରେ ନୀତୀଶ ପୁଣି ଆଉ କେଉଁଆଡେ ଯିବେ ନାହିଁ ବୋଲି କହିଥିଲେ। ଏମିତିରେ ଜୁନ ୪ ପରେ ନୀତୀଶ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri