Categories: ଜାତୀୟ

ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!

ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହ ଗୋଟିଏ ଦିନ ପୂର୍ବରୁ ସେ ବିହାର ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି । କଥା ହେଲା ବିହାର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ଆସିବାକୁ ଥିବା ବେଳେ ସୋମବାର ହେଉଛି ତେଜସ୍ୱୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କ ସମର୍ଥକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୋସିଆଲ ମିଡିଆରେ ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଇ ସାରିଲେଣି । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନକୁ ନେଇ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ରେ ମହାମେଣ୍ଟସରକାରର ଭବିଷ୍ୟବାଣୀ କରାଯାଇଥିବା ବେଳେ ଆର୍‌ଜେଡି ସମର୍ଥକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ତେଣୁ ଏବେଠାରୁ ସୋସିଆଲ ମିଡିଆରେ ‘ସିଏମ୍ ଅଫ୍ ବିହାର’ଟ୍ରେଣ୍ଡ କରିବାରେ ଲାଗିଛି । ମହାମେଣ୍ଟରୁ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହୋଇଥିବାରୁ ଲୋକେ ତାଙ୍କୁ ଏବେଠାରୁ ବିହାର ମୁଖ୍ୟମନ୍ତ୍ରୀ କରି ସାରିଲେଣି । ଯଦି ମହାମେଣ୍ଟ ବିଜୟଲାଭ କରେ ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ।

Share