Categories: ଜାତୀୟ

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ତେଜସ୍ୱୀ

ପାଟନା,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ବଡ ସଫଳତା ମିଳିଛି । ବିରୋଧୀ ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନାଙ୍କୁ ହରାଇ ଦ୍ରୌପଦୀ ଦେଶର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି । ଏହି ଅବସରରେ ସବୁଆଡୁ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଦିଆଯାଉଛି । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟରେ ତେଜସ୍ୱୀ ଲେଖିଛନ୍ତି, ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଏହି ଶୁଭେଚ୍ଛା ବାର୍ତ୍ତା ପରେ ତେଜସ୍ୱୀ ଟ୍ରୋଲ ହୋଇଛନ୍ତି । ଆରଜେଡି ନେତାଙ୍କ ଟୁଇଟ ଉପରେ ଏବେ ଲୋକେ କମେଣ୍ଟ କରିବା ଆରମ୍ଭ କରିଛନ୍ତି । ଗୋପାଳ ସନାତନି ନାମକ ଜଣେ ୟୁଜର ଲେଖିଛନ୍ତି, ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ମୂର୍ତ୍ତି ବୋଲି କହିଥିଲେ । କହିଥିଲେ ଆମେ କେବେ ଦେଖିନୁ ସେ କଥା କହିବା । ଆଜି କିନ୍ତୁ ଧ୍ୟାନ ଦେଶ ଶୁଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କେମିତି ଲାଗୁଛି.. ଭୋଟ ନ ଦେଇ ଶୁଭେଚ୍ଛା ଜଣାଇବାକୁ ପଡୁଛି ଗୋଟିଏ ମୂର୍ତ୍ତି(ଯାହା ଆପଣ କହିଥିଲେ)କୁ । ସମ୍ପୂର୍ଣ୍ଣ ଭାବେ ନିର୍ଲଜତାର ସୀମା ପାର କରି ଯାଇଛ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତେଜସ୍ୱୀ ଯାଦବ କହିଥିଲେ ଦ୍ରୌପଦୀ ମୁର୍ମୁ ଗୋଟିଏ ମୂର୍ତ୍ତି । କାରଣ ସେ କେବେ କଥା କହିବା ଆମେ ଶୁଣିନୁ । ହେଲେ ଯଶୱନ୍ତ ସିହ୍ନାଙ୍କୁ ଆପଣମାନେ ସବୁଠି ଶୁଣିଥିବେ । ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ଗୋଟିଏ ବି ପ୍ରେସ କନଫରେନ୍ସ କରି ନାହାନ୍ତି । ତେଣୁ ସେ କି ରାଷ୍ଟ୍ରପତି ହେବେ । ଏବେ ଏହାକୁ ନେଇ ୟୁଜର୍ସ ତେଜସ୍ୱୀଙ୍କୁ ଟ୍ରୋଲ କରୁଛନ୍ତି ।

Share