Categories: ଜାତୀୟ

ପିଆଜ ମାଳ ପିନ୍ଧି ପ୍ରଚାର କଲେ ତେଜସ୍ବୀ

ପାଟନା, ୨୬।୧୦: ଦେଶରେ ପିଆଜ କିଲୋ ଆସି ୧୦୦ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି। ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ପ୍ରଚାରରେ ପିଆଜ ମାଳ ପିନ୍ଧିଥିବାର ଦେଖିବାକୁ ମିଳିଛି। ପିଆଜ ଦାମ ବୃଦ୍ଧି ନେଇ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଦେଶରେ ବେକାରୀ ସମସ୍ୟା ବଢ଼ିଚାଲିଥିବାବେଳେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଏଭଳି ଦରବୃଦ୍ଧି ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ତେଜସ୍ବୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଦରଦାମ ବୃଦ୍ଧି ସମୟରେ ଭାଜପା ନେତା ଏଭଳି ପିଆଜ ମାଳ ପିନ୍ଧି ବୁଲୁଥିଲେ। ଏବେ ସେସବୁ ନେତା କାହିଁକି ଚୁପ୍‌ ବସିଛନ୍ତି ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ୬୦ ଦୁର୍ନୀତି ଘଟିଥିବା ସେ ତେଜସ୍ବୀ କହିଛନ୍ତି। ସେହିପରି ୩୦ ହଜାର କୋଟି ଟଙ୍କାର ରାଜସ୍ବ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି। ଲାଞ୍ଚ ନ ଦେଲେ କୌଣସି କାମ ହେଉ ନାହିଁ ବୋଲି ତେଜସ୍ବୀ କହିଛନ୍ତି।

Share