Categories: ଜାତୀୟ

ଉପ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମେ ପିତାଙ୍କୁ ଭେଟିବେ ତେଜସ୍ୱୀ

ପାଟନା,୧୨ ।୮: ବିହାରର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପତ୍ନୀ ରେଚଲଙ୍କ ସହ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବେ । ତେଜସ୍ୱୀ କହିଛନ୍ତି, ଏହି ସାକ୍ଷାତକାର ସମୟରେ ସେ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଷୟରେ କଥା ହେବେ ।
ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ବାଛିବାରେ ଭୋଟରଙ୍କ ସହଯୋଗ ମିଳିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାକୁ ନେଇ ତେଜସ୍ୱୀଙ୍କ ପତ୍ନୀ ରେଚଲ ଜନତା ଦଳ ୟୁନାଇଟେଡ(ଜେଡିୟୁ) ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏଥିରେ ପରିବାର ସହ ସାରା ରାଜ୍ୟର ଲୋକେ ଖୁସି ବୋଲି କହିଛନ୍ତି । ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ତେଜସ୍ୱୀ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ହେବା ପରେ ସେ ପିତାଙ୍କ ଆଶୀର୍ବାଦ ନେବାକୁ ଦିଲ୍ଲୀ ଆସିଛନ୍ତି । ସୂଚନାଯୋଗ୍ୟ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।

Share