Categories: ଜାତୀୟ

ତେଜସ୍ବୀ ଭଲ ପିଲା, କିନ୍ତୁ…

ନୂଆଦିଲ୍ଲୀ,୧୩।୧୧:ତେଜସ୍ବୀ ଜଣେ ଭଲ ପିଲା। କିନ୍ତୁ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବିହାରକୁ ଚଳାଇପାରି ନ ଥାନ୍ତେ ବୋଲି ବରିଷ୍ଠ ଭାଜପା ନେତ୍ରୀ ଉମା ଭାରତୀ ତାଚ୍ଛଲ୍ୟ କରିଛନ୍ତି। ଗଣମାଧ୍ୟମକୁ ଉମା ଭାରତୀ କହିଛନ୍ତି, ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ କମ୍ପାନୀ ଏପରି ସ୍ଥିତି ସୃଷ୍ଟି କରିଥାଆନ୍ତେ ଯେ ସରକାର ଉପରେ ତେଜସ୍ବୀଙ୍କ ନିୟନ୍ତ୍ରଣ ରହି ନ ଥାନ୍ତା। ଲାଲୁଙ୍କ ହସ୍ତକ୍ଷେପ ଯୋଗୁ ବିହାରକୁ ପୁଣି ଜଙ୍ଗଲରାଜ ଫେରିଥାଆନ୍ତା। ମଧ୍ୟପ୍ରଦେଶରେ କମଲନାଥ ସରକାରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ଯୋଗୁ ଯାହା ହେଲା ବିହାରରେ ଠିକ୍‌ ସେମିତି ଅବସ୍ଥା ହୋଇଥାନ୍ତା।

Share