Categories: ଜାତୀୟ

ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ବୀ

ପାଟନା,୨୪।୬: ଆଗକୁ ନିର୍ବାଚନ ଥିବା ବେଳେ ମଙ୍ଗଳବାର ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରୁ ୫ ଏମ୍‌ଏଲ୍‌ସି ନେତା ଦଳ ଛାଡିବା ଘଟଣା ଆସିଥିଲା ଚର୍ଚ୍ଚାକୁ। ମଙ୍ଗଳବାର ଏମାନେ ଦଳ ଛାଡିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ଯୋଗ ଦେଇଥିଲେ। ଏମାନେ ସମସ୍ତେ ତେଜସ୍ବୀଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିବା ଆଲୋଚନା ହେଉଥିଲା। ଏବେ ଏହାକୁ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ଯେଉଁମାନେ ଦଳ ଛାଡିଛନ୍ତି ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ସେ ଆହୁରି ମଧ୍ୟ କହିଛନ୍ତି ନୀତୀଶ କୁମାର ଗଠନମୂଳକ କାମ କରିଛନ୍ତି। ହେଲେ ଏହା କେବଳ ସେ ତାଙ୍କ ପାଇଁ କରିଛନ୍ତି। ବିହାର ବାସିନ୍ଦା ଏଥିରେ ଉପକୃତ ହେବେ ନାହିଁ ବୋଲି ବୋଲି ତେଜସ୍ବୀ କହିଛନ୍ତି।

Share