Categories: ଜାତୀୟ

ମୋଦିଙ୍କୁ ତେଜସ୍ବୀଙ୍କ ପ୍ରଶ୍ନ: ଚପରାସି ଚାକିରି ପାଇଁ ଆବେଦନ କରୁଛନ୍ତି ଇଞ୍ଜିନିୟରିଂ ସ୍ନାତକ

ପାଟନା,୧।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୨ ଦିନିଆଗସ୍ତରେ ଆସିବେ। ଏହାର କେଇଘଣ୍ଟା ପୂର୍ବରୁ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୋଦିଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ବିକାଶର କଥା କହୁଥିବାବେଳେ ବିହାରର ଇଞ୍ଜିନିୟରିଂ ସ୍ନାତକ ଚପରାସି ଚାକିରି ପାଇଁ ଆବେଦନ କରୁଛନ୍ତି। ନୀତି ଆୟୋଗ ରିପୋର୍ଟ ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ ସମେତ ଅନ୍ୟ ସମସ୍ତ କ୍ଷେତ୍ରରେ ବିହାର ପଛୁଆ ରାଜ୍ୟ ରହିଛି। ସେହିପରି ରାଜ୍ୟର ବିକାଶ ସୂଚକାଙ୍କ କମ ରହିଥିବା ତେଜସ୍ବୀ ଟୁଇଟ୍‌ କରି କହିଛନ୍ତି। ଏବେ ତେଜସ୍ବୀଙ୍କ ଟୁଇଟ୍‌ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share