Categories: ଜାତୀୟ

ତେଜ ପ୍ରତାପଙ୍କ ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ସେ ନିଜ ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସର୍ବଦା ଟାର୍ଗେଟ୍‌ କରନ୍ତି। କିନ୍ତୁ ପବିତ୍ର ରାମନବମୀ ଅବସରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଜ ପ୍ରତାପ ଯାଦବ ଟୁଇଟ୍‌ କରି ଲେଖିଛନ୍ତି ଯେ, ରାମ ନବମୀ ଶୁଭ ଅବସରରେ ବହୁତ ଗୁରୁତ୍ୱପୂର୍ଣ୍ଣ ‘ENTRY ନୀତିଶ ଚାଚା’। ଏହି ପୋଷ୍ଟର ଅର୍ଥ କ’ଣ ହୋଇପାରେ ତାହା ଜଣା ପଡିନାହିଁ, କିନ୍ତୁ ଏହି ପୋଷ୍ଟ ଯୋଗୁ ରାଜନୈତିକ ପାଣିପାଗ ସରଗରମ ହୋଇଛି। ବେଳେବେଳେ ତେଜ ପ୍ରତାପ ନିଜ ଦଳର ନେତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖାଯାଏ। ଏହି ପୋଷ୍ଟ ମାଧ୍ୟମରେ ତାଙ୍କ ସାନଭାଇ ତେଜସ୍ବୀ ଯାଦବଙ୍କୁ ଅଲ୍ଟିମେଟମ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିହାରରେ ଦୁଇ ବଡ ଦଳ ଭାଜପା ଏବଂ ଜେଡିୟୁ ମଧ୍ୟରେ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା, ମଦନିଷେଧ, ଆଇନ ଶୃଙ୍ଖଳା ପରି ଅନେକ ପ୍ରସଙ୍ଗରେ ବିବାଦ ଲାଗି ରହିଛି। ଏପରି ପରିସ୍ଥିତିରେ, ତେଜ ପ୍ରତାପ ନୀତିଶ କୁମାରଙ୍କୁ ନିଜ ଆଡକୁ ଢଳିବାକୁ ପ୍ରୟାସ କରୁଥବା ୟୁଜର୍ସ କହିଛନ୍ତି।

Share