Categories: ଜାତୀୟ

NEET ପେପର୍‌ ଲିକ୍‌ ମାମଲାରେ ମୁହଁ ଖୋଲିଲେ ତେଜସ଼୍ବୀ, କହିଲେ…

ନୂଆଦିଲ୍ଲୀ, ୨୧।୬: ବିହାରର ବିରୋଧୀ ଦଳର ନେତା ତଜସ଼୍ବୀ ଯାଦବ NEET ପେପର୍‌ ଲିକ୍‌ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କର ସରକାରୀ ବ୍ୟକ୍ତିଗତ ସଚିବ (ପିଏସ୍‌)ଙ୍କୁ ନେଇ ସେ ବଡ଼ ବୟାନ ଦେଇଛନ୍ତି । ତେଜସ଼୍ବୀ କହିଛନ୍ତି ଯେ, ଯଦି ଆବଶ୍ୟକ ଅଛି ତେବେ ମୋ ପିଏସ୍‌ଙ୍କୁ ଡାକି ପାଚରାଉଚରା କରନ୍ତୁ । ଯିଏ ବି ଏହି ପେପର ଲିକ୍‌ ମାମଲାରେ ଦୋଷୀ ତାଙ୍କୁ ଗିରଫ କରାଯାଉ । ଯଦି ଏମାନଙ୍କ ଦ଼୍ବାରା ହେଉନାହିଁ ତେବେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହୁଛି ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଗିରଫ ହୋଇଥିବା ଇଞ୍ଜିନିୟର ଆଶିଂକ ଭାବେ ଜଡ଼ିତ ଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଅମିତ ଆନନ୍ଦ ବୋଲି ସେ ସିଧାସଳଖ କହିଛନ୍ତି ।

ଅନ୍ୟପଟେ ୧୫୬୩ ଆଶାୟୀଙ୍କ ପୁନର୍ବାର ପରୀକ୍ଷା ହେବା ନେଇ ସୁପ୍ରୀମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଜାରି ହୋଇଛି NEET ୟୁଜିର ପୁନର୍ବାର ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ। ଏହି ୧୫୬୩ ଆଶାୟୀଙ୍କୁ ଗ୍ରେସ୍‌ ମାର୍କ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ସେମାନଙ୍କର ଗ୍ରେସ ମାର୍କ ରଦ୍ଦ କରିଥିଲା । ଏମାନଙ୍କ ମଧ୍ୟରୁ ଯଦି କୌଣସି ଆଶାୟୀ ପୁନର୍ବାର ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କୁ ବିନା ଗ୍ରେସ୍‌ ମାର୍କରେ ରଖିଥିବା ନମ଼୍ବର ପ୍ରଦାନ କରିବାକୁ କୁହାଯାଇଛି। ଏହି ପରୀକ୍ଷା ୨୩ ଜୁନ୍‌ରେ ଅନୁଷ୍ଠିତ ହେବ ।

Share