Categories: ଜାତୀୟ

ଗୁପ୍ତ ଆପ୍‌ ‘ଟେକ୍‌ ଫଗ୍‌’ ଘୃଣାର କାରଖାନା

ନୂଆଦିଲ୍ଲୀ,୯।୧: ଭାଜପା ଘୃଣାର କାରଖାନା ଖୋଲିଛି। ଗୁପ୍ତ ‘ଟେକ୍‌ ଫଗ୍‌’ ଆପ୍‌ ସେଥିରୁ ଅନ୍ୟତମ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଏହି ଅଭିଯୋଗ କରିଛନ୍ତି। ବୁଲ୍ଲି ବାଈ ଆପ୍‌ରେ ଏକ ନିର୍ଦ୍ଦିଷ୍ଟ ଧର୍ମର ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ବୟସକୁ ଦେଖିଲେ ଏତେ ହିଂସା କେଉଁଠୁ ଆସୁଛି ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଏହି ଆପ୍‌ ଉପରେ କଂଗ୍ରେସ ସରକାରଙ୍କୁ ଜବାବ ମାଗିବା ସହ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି।

Share