ଇସ୍ରାଏଲରେ ଗୁଳିକାଣ୍ଡ, ୩ ଆହତ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ

ଜେରୁଜେଲମ,୧୦ ।୩: ଇସ୍ରାଏଲର ତେଲ ଆଭିବ ସହରରେ ଗୁରୁବାର ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡର କିଛି ସମୟ ମଧ୍ୟରେ ଇସ୍ରାଏଲ ପୋଲିସ ଆକ୍ରମଣକାରୀଙ୍କୁ ଗୁଳି କରିବାରୁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ କହିଛି ଏହି ଘଟଣା ସହରର ମଧ୍ୟଭାଗରେ ଥିବା ମୁଖ୍ୟ ମାର୍ଗରେ ହୋଇଛି । ଏହାପରେ ବହୁ ସଂଖ୍ୟାରେ ପୋଲିସ ଓ ଚିକିତ୍ସାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଇସ୍ରାଏଲ ପେଲିସ ଏକ ବୟାନରେ କହିଛି, ପୋଲିସ ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ଗୁଳି କରିଦେଇଛନ୍ତି । ଗୁଳିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ପୋଲିସ କହିଛି ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ଏକ ଆତଙ୍କବାଦୀ ଆକ୍ରମଣ ।

Share