Categories: ଜାତୀୟ

ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା. ପଶ୍ଚିମ ବଙ୍ଗରେ ଏମିତି ଫଳାଫଳ ଆସିବ ଯାହା କଳ୍ପନା କରାଯାଇ ନ ପାରେ : ମୋଦି

ପାଟନା,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଏପରି ଫଳାଫଳ ଆସିବ ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ। ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମର ସବୁ ସ୍ଥାନରେ ପ୍ରବଳ ଝଡ଼ ସୃଷ୍ଟି ହୋଇଛି। ପାଟନାରେ ଏନଡିଟିଭି ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଏହା ସହିତ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏଥର ଦେଶର ପୂର୍ବ ରାଜ୍ୟଗୁଡ଼ିକରେ ଲୋକ ସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିବ । ସେ କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ତାଙ୍କ ସରକାର ଦେଶର ପୂର୍ବ ରାଜ୍ୟଗୁଡିକର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯଦି ଆମେ ଭାରତର ବିକାଶ କରିବାକୁ ଚାହୁଁଛୁ ତେବେ ଆମକୁ ପୂର୍ବ ଭାରତକୁ ମଜବୁତ କରିବାକୁ ପଡ଼ିବ। ପୂର୍ବ ଭାରତକୁ ବିକାଶର ଏକ ଇଞ୍ଜିନ ତିଆରି କରିବାକୁ ପଡ଼ିବ। ସେ କହିଛନ୍ତି, ରାଜନୀତିଠାରୁ ଦୂରରେ ରହି ମୁଁ ୨୦୧୩ରେ ମଧ୍ୟ କହିଥିଲି ଯେ ଭାରତର ବିକାଶ ପାଇଁ ଆମେ ପୂର୍ବ ରାଜ୍ୟଗୁଡ଼ିକର ବିକାଶ ଉପରେ ଧ୍ୟାନ ଦେବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର ପୂର୍ବ ଭାରତ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ତେଲଙ୍ଗାନା ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖାଯିବ। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଆମ ସରକାର ସ୍ବାସ୍ଥ୍ୟ, ଶିକ୍ଷା, ଇନଫ୍ରାଷ୍ଟ୍ରକଚର ସହିତ ପ୍ରତ୍ୟେକ କ୍ଷେତ୍ରକୁ ଧ୍ୟାନ ଦେଇଛନ୍ତି।

Share