Categories: ଜାତୀୟ

ତେଲଙ୍ଗାନା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖୁସିଖବର, ବିଆରଏସ୍‌ର ବିଧାୟକ ଧରିବେ ହାତ

ହାଇଦ୍ରାବାଦ,୨୮।୯: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଅଛି। ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ବିଧାୟକ ଏମ. ହନୁମନ୍ତ ରାଓ ଏବଂ ପୂର୍ବତନ ବିଧାୟକ ବେମୁଲା ବିରେଶାମ ଗୁରୁବାର କଂଗ୍ରେସରେ ସାମିଲ ହେବେ।

ଗୁରୁବାର ସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉଭୟ ନେତାଙ୍କୁ ଦଳରେ ସାମିଲ କରାଇବେ। ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ଶାସକ ଦଳରୁ ବିଧାୟକଙ୍କ ଆଗମନରୁ କଂଗ୍ରେସକୁ ଫାଇଦା ମିଳିପାରେ।

Share